ରାଜ୍ୟରେ ସୁସ୍ଥ ହେଲେ ଆଉ ୬,୨୪୦ କରୋନା ରୋଗୀ : ଖୋର୍ଦ୍ଧାରୁ ସର୍ବାଧିକ ୮୫୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୬,୨୪୦ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୮ଲକ୍ଷ ୨୩ହଜାର ୫୯୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୫୨, କଟକରୁ ୫୦୪, ଯାଜପୁରରୁ ୪୧୩, ଅନୁଗୁଳରୁ ୩୭୨, ଭଦ୍ରକରୁ ୩୬୬, ନୟାଗଡ଼ରୁ ୩୫୧, ମୟୁରଭଞ୍ଜରୁ ୩୨୭, ପୁରୀରୁ ୩୨୧, ଢେଙ୍କାନାଳରୁ ୩୦୫, କେନ୍ଦ୍ରାପଡ଼ାରୁ ୨୫୩, ବୌଦ୍ଧରୁ ୨୪୩, ଜଗତସିଂହପୁରରୁ ୨୩୯, ବାଲେଶ୍ୱରରୁ ୧୯୫, ଷ୍ଟେଟପୋଲରୁ ୧୪୫ ଓ କେଉଁଝରରୁ ୧୩୫ଜଣ ରହିଛନ୍ତି। ସେହିପରି କୋରାପୁଟରୁ ୧୩୪, ସମ୍ବଲପୁରରୁ ୧୩୧, ରାୟଗଡ଼ାରୁ ୧୧୭, ନବରଙ୍ଗପୁରରୁ ୧୧୩, ସୁନ୍ଦରଗଡ଼ରୁ ୧୦୮, ବରଗଡ଼ ଓ ମାଲକାନଗିରିରୁ ୯୮ ଲେଖାଏଁ, ଗଞ୍ଜାମରୁ ୬୯, ସୋନପୁରରୁ ୬୮, ବଲାଙ୍ଗିରରୁ ୬୫, କନ୍ଧମାଳରୁ ୫୨, କଳାହାଣ୍ଡିରୁ ୫୦, ଝାରସୁଗୁଡ଼ାରୁ ୩୪, ଗଜପତିରୁ ୩୦, ଦେଓଗଡ଼ରୁ ୨୮ ଓ ନୂଆପଡ଼ା ଜିଲ୍ଲାରୁ ୨୪ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ୬୬ହଜାର ୫୯୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୮ଲକ୍ଷ ୨୩ହଜାର ୫୯୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୪୭୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯ହଜାର ୫୬୯ ଜଣ ଚିକିତ୍ସିତ ହେଉଛନ୍ତି।