ଚୀନର ସେନା ଅଭ୍ୟାସ ଜାରି, ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ସମର୍ଥନ ମାଗିଲା ତାଇୱାନ୍‌

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକୀୟ ସ୍ପିକର ନେନ୍‌ସୀ ପେଲୋସୀଙ୍କ ତାଇୱାନ ଗସ୍ତ ସହିତ ଆରମ୍ଭ ହୋଇଥିବା ଉତ୍ତେଜନା କମୁ ନାହିଁ । ସମୁଦ୍ର ସୀମାରେ ଚୀନର ସେନା ଅଭ୍ୟାସ ଜାରି ରହିଛି । ତାଇୱାନକୁ ଚୀନ୍ ଡରାଇବା ପାଇଁ ଉଦ୍ୟମ କରୁଛି । ଚୀନ ତୁଳନାରେ ଛୋଟ ଓ ସେନା ଦୃଷ୍ଟିରୁ କମ ହେବା ପରେ ତାଇୱାନ ମୁକାବିଲା କରିବାକୁ ପଛାଉ ନାହିଁ । ତାଇୱାନ ମୁକାବିଲା କରିବା ପାଇଁ କାମ କରୁଛି । ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ସମର୍ଥନ ମାଗିଛି ।

ତାଇୱାନର ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍ ଟୁଇଟ୍ କରି ଅନ୍ତର୍ଜାତୀୟ ସମର୍ଥନ ମାଗିଛନ୍ତି । ସେ କହିଛନ୍ତି ଯେ, ତାଇୱାନର ସରକାର ଓ ସେନା ଚୀନର ସେନା ଅଭ୍ୟାସ ଉପରେ ନଜର ରଖିଛି । ଆବଶ୍ୟକ ପଡ଼ିଲେ, ସେମାନଙ୍କୁ ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ । କିନ୍ତୁ ଅନ୍ତର୍ଜାତୀୟ ସଂପ୍ରଦାୟ ନିକଟରେ ଅପିଲ କରୁଛି ଯେ, ଆମକୁ ସହଯୋଗ କରନ୍ତୁ ଓ ଆଞ୍ଚଳିକ ସୁରକ୍ଷାକୁ ଜାରି ରଖନ୍ତୁ ।