ବ୍ୟବଚ୍ଛେଦ ପରେ ସ୍ୱାତୀ ର ଶବ ପହଞ୍ଚିଲା ଗାଁରେ

ରଣପୁର, ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗାଁ ରୁ ଖେଳୁଥିବା ଅବସ୍ଥାରେ ନିଖୋଜ ହୋଇଥିବା ତିନି ବର୍ଷର ଶିଶୁକନ୍ୟା ସ୍ୱାତୀର ଶବ ୪ ଦିନପରେ ଗତକାଲି ଗାଁ ର ଏକ ପରିତ୍ୟକ୍ତ ପୋଖରୀରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଯାଇଥିଲା।ଆଜି ସନ୍ଧ୍ୟାରେ ସ୍ୱାତୀର ଶବ ଗାଁରେ ପହଞ୍ଚିଲା ପରେ ଶବ ପଞ୍ଚନାମା କରାଯାଇ ସ୍ୱାତୀର ବାପା ସଞ୍ଜୟ କୁମାର ସାହୁଙ୍କୁ ହସ୍ତାନ୍ତର କରା ଯାଇଛି। ପୁଲିସ ଏବଂ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।