ଆରପାରିରେ ସ୍ୱରୂପ ନାୟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଲିଉଡ ଜଗତର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ସ୍ୱରୂପ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସଙ୍ଗୀତ ନିର୍ଦ୍ଦେଶନା ସହ ସ୍ୱରୂପ ଏକାଧାରରେ ଜଣେ କଣ୍ଠଶିଳ୍ପୀ ଓ ଅଭିନେତା ମଧ୍ୟ ଥିଲେ । ଉଦଣ୍ଡୀ ସୀତା, ପୁଅ ମୋର ଭୋଳା ଶଙ୍କର, ଶାଶୁଘର ଚାଲିଯିବି ଓ ଆଇ ଲଭ ୟୁ ଭଳି ହିଟ୍ ଫିଲ୍ମରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ଯାଦୁ ଦେଖିବାକୁ ମିଳିଥିଲା ।