ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଓମିକ୍ରନ୍ ଭେରିଏଣ୍ଟ ମାମଲାକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ଯାତ୍ରୀ ସେବାକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। କିନ୍ତୁ ଏହାର ପ୍ରଭାବ କାର୍ଗୋ ଓ ଡିଜିସିଆଇ ମଞ୍ଜୁରୀ ଯୁକ୍ତ ବିମାନ ଉପରେ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏଥିସହିତ ଭିନ୍ନ ଭିନ୍ନ ମାର୍ଗରେ ସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନକୁ ମଞ୍ଜୁରୀ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତୀୟ ଉଡ଼ାଣକୁ ସ୍ଥଗିତ ରଖାଯାଇଥିବା ନେଇ ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ କେବେ ପର୍ଯ୍ୟନ୍ତ ଉଡ଼ାଣ ସ୍ଥଗିତ ରଖାଯାଇଥିଲା ସେନେଇ କୌଣସି ଘୋଷଣା ହୋଇନଥିଲା।