Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶୀତ ଅଧିବେଶନର ଅଷ୍ଟମ ଦିନ: ଗ୍ରାମ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶୀତ ଅଧିବେଶନର ଅଷ୍ଟମ ଦିନ: ଗ୍ରାମ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶୀତ ଅଧିବେଶନର ଅଷ୍ଟମ ଦିନରେ ପ୍ରଥମ କରି ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଞ୍ଚାୟତିରାଜ,ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ ହୋଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଗ୍ରାମ୍ୟ ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ଅଧିକ ଅର୍ଥ ବରାଦ ହୋଇଛି। ଏହାକୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବାଚନିକ ଭୋଟ୍‌ରେ ପାରିତ କରିଛନ୍ତି।

ଗୁରୁବାର ଅପରାହ୍ନ ବୈଠକରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ୨୦୨୧-୨୨ ବର୍ଷ ପାଇଁ ମୋଟ୍ ବଜେଟ୍ ପରିମାଣ ୨୦ ହଜାର ୨୯୩ କୋଟି ୯୪ ଲକ୍ଷ ଟଙ୍କା ମଧ୍ୟରୁ ୩,୬୨୩ କୋଟି ୬୩ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ। ତନ୍ମଧ୍ୟରୁ ୩ ହଜାର୫ ଶହ ୭୬ କୋଟି ଟଙ୍କା ଯୋଜନା ସମ୍ବନ୍ଧୀୟ ବ୍ୟୟ ଏବଂ ୪୭ କୋଟି ୬୩ ଲକ୍ଷ ପ୍ରଶାସନିକ ବ୍ୟୟ ନିମନ୍ତେ ପ୍ରସ୍ତାବ ରଖାଯାଇଛି ସେ ସ୍ପଷ୍ଟ କରିଥିଲେ। ମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କା ଘର ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ହୋଇଥିବା ବ୍ୟୟ ବରାଦ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ୍ କରାଯାଇଥିବା ବେଳେ ଅଦ୍ୟାବଧି ୧୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମୋଟ୍ ୯୮ହଜାର ୬୧୭ଟି ବାସଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି ଏବଂ ଅବଶିଷ୍ଟ ୨ ଲକ୍ଷ୧୩ ହଜାର ଅସମ୍ପୂର୍ଣ୍ଣ ବାସଗୃହ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଅଛି। ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ରେ ୨ହଜାର ୫ ଶହ ୬୪ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ôଥକ ବର୍ଷରେ ସମୁଦାୟ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଅଦ୍ୟାବଧି ୧୨ ଶହ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି। ତନ୍ମଧ୍ୟରୁ ୩୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ସ୍ୱତନ୍ତ୍ର କୋଭିଡ୍‌-୧୯ ସହାୟତା ୩୨ ଲକ୍ଷ ୬ ହଜାର ହିତାଧିକାରୀଙ୍କ ନିମନ୍ତେ ଖର୍ଚ୍ଚ କରାଯାଇଛି। ଦାଦନ ପ୍ରବଣ ଅଞ୍ଚଳରେ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୫ଶହ କୋଟି ଟଙ୍କା ଲେଖାଏଁ ଅତିରିକ୍ତ ବଜେଟ୍ ପ୍ରସ୍ତାବ ଉଭୟ ମହାତ୍ମା ଗାନ୍ଧି ନରେଗା ଓ ଆବର୍ତ୍ତନ ପାଣ୍ଠି ପାଇଁ ରଖାଯାଇଅଛି।

୨୦୨୧-୨୨ ଆର୍ଥିକ ବର୍ଷରେ ୧୫ କୋଟି ୫୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଅଛି। ୩୧ ଲକ୍ଷ ୩୧ ହଜାର ପରିବାରଙ୍କୁ ରୋଜଗାର ଯୋଗାଇ ଦିଆଯାଇଅଛି ଏବଂ ୨ ଲକ୍ଷ ୬୪ ହଜାର ୨୯୯ ପରିବାରଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। ସେହିପରି ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଅଦ୍ୟାବଧି ୪ଶହ ୩୬ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଅଛି। ଏତଦ୍ ବ୍ୟତୀତ ପ୍ରଶିକ୍ଷଣ ଓ ପ୍ରଯୁକ୍ତି ସହାୟତା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ପାଦନ ବୃଦ୍ଧି ନିମନ୍ତେ ବିହନ,ସାର, ଖାଦ୍ୟ, ଖତ ଯୋଗାଇ ଦିଆଯାଇ ମାଛ ଚାଷ, ଜୈବିକ ପଶମ ଚାଷ, ରଙ୍ଗିନ ମାଛ ଚାଷ ବାବଦରେ ଆର୍ଥିକ ସହାୟତାପ୍ରଦାନ କରାଯାଇଅଛି। ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗରେ ୨୦୨୧-୨୨ ବର୍ଷ ନିମନ୍ତେ ପ୍ରଥମ କିସ୍ତିରେ ଉଭୟ ଆବଦ୍ଧ ଓ ଅନାବଦ୍ଧପାଣ୍ଠି ଭାବରେ ୮ଶହ ୩୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ପ୍ରଦାନ କରାଯାଇଅଛି। ପଞ୍ଚମ ରାଜ୍ୟ ଅର୍ଥ ଆୟୋଗର ହସ୍ତାନ୍ତରଣ ପାଣ୍ଠି ବାବଦରେ ୯୧୫ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏଥି ହିତ ୨୦୨୧-୨୨ ଆର୍ଥିକ ବର୍ଷରେ ସହାୟକ ଅନୁଦାନ (ଗ୍ରାଣ୍ଟ୍ -ଇନ୍‌-ଏଡ୍‌) ପାଇଁ ବିଭିନ୍ନ ବିଭାଗରେ ୬୪୦ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଅଛି।

ମନ୍ତ୍ରୀ କହିଥିଲେ, ୨୦୨୧-୨୨ ବର୍ଷ ପାଇଁ ସହାୟକ ଅନୁଦାନ ଅଧିନରେ ନିମ୍ନଲିଖିତ କାର୍ଯ୍ୟ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ (ପାଇପ୍ ଦ୍ୱାରା ଜଳ ଯୋଗାଣ)- ୧୨୫ କୋଟି, ନଳକୂପ ବ୍ୟବସ୍ଥା (ସୌର ଶକ୍ତି) – ୪୧ କୋଟି ୬୬ ଲକ୍ଷ, ସବୁଦିନିଆ ରାସ୍ତା ସଂଯୋଗୀକରଣ – ୯୭ କୋଟି ୬୯ ଲକ୍ଷ, ଗ୍ରାମପଞ୍ଚାୟତ ସଦର ମହକୁମାରେ ସୁବିଧା ସୁଯୋଗ – ୧ଶହ ୧୩ କୋଟି ୩୦ ଲକ୍ଷ, ରାସ୍ତା ଆଲୋକୀକରଣ – ୫୬ କୋଟି ୬୬ ଲକ୍ଷ, ଗ୍ରାମୀଣ ହାଟର ବିକାଶ – ୫୦ କୋଟି, ପ୍ରମୁଖ ସମ୍ପତ୍ତି ଗୁଡ଼ିକର ରକ୍ଷଣା ବେକ୍ଷଣ – ୫୮ କୋଟି ୩୩ ଲକ୍ଷ, ପ୍ରାଥମିକ ବିଦ୍ୟାଳୟ ଗୃହର ରକ୍ଷଣା ବେକ୍ଷଣ – ୫୨ କୋଟି ୩୩ ଲକ୍ଷ, ଜଳ ଭଣ୍ଡାର ଗୁଡ଼ିକର ସଂରକ୍ଷଣ ଓ ଉନ୍ନତିକରଣ – ୨୦ କୋଟି ୮୩ ଲକ୍ଷ, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି – ୧୪୧ କୋଟି ୬୬ ଲକ୍ଷ, ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଙ୍କ ନିମନ୍ତେ ଜିଲ୍ଲା ସ୍ତରରେ ଡାଟା ସେଣ୍ଟର ପ୍ରତିଷ୍ଠା- ୨୫ କୋଟି, ଗ୍ରାମପଞ୍ଚାୟତ ସଦର ମହକୁମାରେ ବ୍ୟାଙ୍କିଙ୍ଗ୍ ସୁବିଧା ନିମନ୍ତେ ଭିତ୍ତିଭୂମି ବିକାଶ – ୨୦ କୋଟି ୮୩ ଲକ୍ଷ ଟଙ୍କା ଅର୍ଥ ବ୍ୟବସ୍ଥା ହୋଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଉକ୍ତ ଖର୍ଚ୍ଚଦାବିକୁ ଶାସକ ସଭ୍ୟ ଅଶ୍ୱିନୀ କୁମାର ପାତ୍ର ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ବାଚନିକ ଭୋଟ୍‌ରେ ଅତିରିକ୍ତ ଖର୍ଚ୍ଚଦାବିକୁ ପାରିତ କରିଥିଲେ।