ଦେବୀ ମା’ଙ୍କୁ ଭବ୍ୟ ସ୍ବାଗତ ଜଣାଇ ରିଲିଜ୍ ହେଲା ସୁସ୍ମିତା ଦାସଙ୍କ ନବ ଦୁର୍ଗା ସ୍ତୋତମ୍

ଭୁବନେଶ୍ବର,ଏନ୍ଏନ୍ଏସ୍: “ଅୟିଗିରି ନନ୍ଦିନୀ’ ଏବଂ “ପୃଥିବୀ ମନ୍ଥନ”ର ନିର୍ମାତାଙ୍କ ଦ୍ବାରା ନିର୍ମିତ ଏହି ମନଛୁଆଁ ମ୍ୟୁଜିକ୍ ଭିଡିଓ ଦେବୀ ଆଦିଶକ୍ତିଙ୍କ ପରାକ୍ରମ ବିଷୟରେ ମନେପକେଇ ଦେଉଛି । ଏବେ ଆସିଥିବା ଭକ୍ତିଭରା ନବ ଦୁର୍ଗା ସ୍ତୋତମ୍ ମା’ଙ୍କ ଦିବ୍ୟ ଅନୁଭବକୁ ପାଇବା ପାଇଁ ଏକ ଅଭିନବ ପ୍ରୟାସ । ସୁସ୍ମିତା ଦାସଙ୍କ ସୁମଧୁରର କଣ୍ଠରେ ଏବଂ ଅରୋମିରାର ଭିଡିଓ (ଦେବ ମେହେରଙ୍କ ନିର୍ଦ୍ଦେଶିତ) ସହିତ ଏହି ମ୍ୟୁଜିକ୍ ଭିଡିଓ ଉଭୟ ପ୍ରଡକ୍ସନ୍ ଏବଂ ଓଡ଼ିଶାର କଳା ଦୃଷ୍ଟିରୁ ନବ ଦୁର୍ଗା ସ୍ତୋତମ୍ ସବୁଠୁ ବଡ଼ ।

ଏଥିରେ ନବ ଦୁର୍ଗାଯଥା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟିନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ମନ୍ନ ସ୍ଥାନ ପାଇଛି । ଏହି ମ୍ୟୁଜିକ୍ ଭିଡିଓରେ ଓଲିଉଡ୍‌ ଅଭିନେତ୍ରୀ ବିଏମ୍ ବୈଶାଳୀ ଅଭିନୟ କରିଛନ୍ତି ।

ଏହି ଗୀତରେ ଭକ୍ତି ମାଧ୍ୟମରେ ଶକ୍ତିମୟୀ ମା’ଙ୍କ ପରାକ୍ରମର ଗୁଣଗାନ କରାଯାଇଛି । ଏହି ମନ୍ମଗୁଡ଼ିକ ମା’ଙ୍କର ଗୁଣ ଓ ଦକ୍ଷତା ବାବଦରେ କହିବା ସହ ସେ କିପରି ଧନ, ଭାଗ୍ୟ ଓ ସମୃଦ୍ଧି ପ୍ରଦାନ କରନ୍ତି ସେ ବିଷୟରେ ବର୍ଣ୍ଣିତ । ଏହି ମ୍ୟାଜିକ୍ ଭିଡିଓ ଦେଖିସାରିବାର ଅନେକ ସମୟ ଯାଏଁ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ସହିତ ରହିବ ।

ପ୍ରତି ଗୀତରେ କିଛି ନୂଆ କରିବାର ପ୍ରୟାସ କରିଆସିଥିବା ସୁସ୍ମିତା ଦାସ ଏବଂ ନିର୍ଦ୍ଦେଶକ ଦେବ ମେହେର ପୁଣି ନୂଆ ଉତ୍ସାହର ସହିତ ଏହି ମ୍ୟୁଜିକ ଭିଡିଓକୁ ଲଞ୍ଚ କରିଛନ୍ତି ।

କଣ୍ଠଶିଳ୍ପୀ ସୁସ୍ମିତା ଦାସ କହିଛନ୍ତି, ଏହି ଗୀତ ଆଦିଶକ୍ତି ଭକ୍ତମାନଙ୍କୁ ପ୍ରଦାନ କରୁଥିବା ଶକ୍ତି, ପ୍ରେରଣା, ପରିବର୍ତ୍ତନ ଏବଂ ବିପୁଳ ଦକ୍ଷତାର ଗୁଣଗାନ କରୁଛି ।

ନିର୍ଦ୍ଦେଶକ ଦେବ ମେହେର କହିଛନ୍ତି, “ଏହି ଗୀତଟି ଦେବୀଙ୍କ ମହାନତାକୁ ବନା କରିବା ପାଇଁ ଶକ୍ତିଶାଳୀ କସୁର ଏବଂ ।

ବୈପ୍ଳବିକ ଦୃଶ୍ୟ ଏକ ନିଖୁଣ ମିଶ୍ରଣ ଦେଖାଇବ ଭିଜୁଆଲ୍ ଦୃଷ୍ଟିରୁ କହିଲେ, ପୂର୍ବରୁ ଏମିତି କିଛି କରାଯାଇ ନାହିଁ । “ଅରୋମିରା ସବୁବେଳେ ସବଜେକ୍ଟକୁ ନୂଆ ଦିଗ ଦେବାରେ ଏବଂ ଏହାର ଇନୋଭେସନ୍ ପାଇଁ ବେଶ ଜଣାଶୁଣା ।

ସବୁସମୟରେ ଯେତେବେଳେ ଅରୋମିରା ନୂଆ ମ୍ୟୁଜିକ୍ ଭିଡିଓ ଆଣିଥାଏ, ମାନେ ସବୁବେଳେ ମୁକ୍ତି, ସଶକ୍ତିକରଣ, ସମ୍ମାନ ଏବଂ ସମାଜିକ ନ୍ୟାୟ ଆଦିର ଦୁନିଆ ଦେଖୁବା ପାଇଁ ଆଶାବାଦୀ ଥାଆନ୍ତି । ଅତୀତରେ ଏହି ଡାଇରେକ୍ଟର-ସିଙ୍ଗର ଟିମ୍ “ପୃଥିବୀ ମନ୍ଥନ”, “ଅୟିଗରି ନନ୍ଦିନୀ”, “ନୂଆ ଠିକଣାକୁ”, “ମହ୍ଲାର”, “ନାରୀ” ଏବଂ ଆହୁରି ବହୁତ କିଛି ଭିଡିଓ ସହ ଫାମାନଙ୍କୁ ଚମକାଇ ଆସିଛନ୍ତି ।