ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାର ନୂତନ ଓ ପୁରାତନ ଗେଷ୍ଟ ହାଉସ, ଆୟୁର୍ବେଦିକ ଡିସପେନସାରୀ ଏବଂ ପୁରୁଣା ବିଧାନସୌଧର ପଟେଲ ହଲ ବୁଲି ଦେଖିଥିଲେ। ସେଗୁଡ଼ିକର ଉନ୍ନତୀକରଣ ନିମନ୍ତେ ବିଧାନସଭାର ପଦାଧିକାରୀଙ୍କ ସହ ବିଚାରବିମର୍ଶ କରିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।