ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ପଶ୍ଚିମବଙ୍ଗରେ କରୋନା ମହାମାରୀ ଉଗ୍ରରୂପ ନେଇଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ କଟକଣା କଡାକଡି କରାଯାଇଛି। ପଶ୍ଚିମବଙ୍ଗରୁ ଯେ କେହି ବି ଆସିଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗସହ ଲାଗିଥିବା ସବୁ ସ୍ତରରେ ଚେକିଂ କରାଯିବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନେଗେଟିଭ ରିପୋର୍ଟ କିମ୍ବା ଟିକା ୨ ଡୋଜ ନେଇନଥିଲେ କ୍ୱାରେଣ୍ଟାଇନରେ ରହିବେ। ପଶ୍ଚିମବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ।