ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ରାମ ମନ୍ଦିରରେ ଆଜି ସକାଳ ୮ଟା ୩୦ରେ ଅଷ୍ଟାଦଶ ବାର୍ଷିକ ସାମୁହିକ ସୁଦରକାଣ୍ଡ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ରାମନାରାୟଣ ଦାସଜୀ ମହାରାଜ ସୁଦରକାଣ୍ଡ ପାଠ କରିଥିଲେ। ସୀତାରାମ ସତ୍ସଙ୍ଗ ମଣ୍ଡଳୀ ଦ୍ବାରା ଏହି ପାଠୋତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଯେଗଦେଇ ସାମୁହିକ ଭାବେ ସୁଦରକାଣ୍ଡ ପାଠ କରିଥିଲେ। ଏହା ପରେ ମଧ୍ୟାହ୍ନ ୧୨ଟା ୩୦ରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।