ଆଇପିଏଲ ଖେଳିବେ ଓଡ଼ିଆ କ୍ରକେଟର ଶୁଭ୍ରାଂଶୁ ସେନାପତି, ମୂଳ ଦରରେ କିଣିଲା ଚେନ୍ନାଇ ସୁପର କିଙ୍ଗ୍ସ

ବେଙ୍ଗାଲୁରୁ,ଏଜେନ୍ସି: ଚାଲିଥିବା ଆଇପିଏଲ ୨୦୨୨ ନିଲାମରେ ଓଡ଼ିଶା କ୍ରକେଟର ଶୁଭ୍ରାଂଶୁ ସେନାପତିଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଶୁଭ୍ରାଂଶୁଙ୍କୁ ତାଙ୍କର ମୂଳ ଦାମ୍ ୨୦ ଲକ୍ଷ ଟଙ୍କାରେ ଚେନ୍ନାଇ କ୍ରୟ କରିଛି। ପୁର୍ବରୁ ଚେନ୍ନାଇ ତାଙ୍କୁ ଆଇପିଏଲ୍ ୨୦୨୨ ସିଜନ୍ ପୂର୍ବରୁ ଚୟନ ପରୀକ୍ଷଣ ପାଇଁ ଡାକିଥିଲା। ୨୪ ବର୍ଷୀୟ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ସାତୋଟି ମ୍ୟାଚ୍‌ରୁ ୨୭୫ ରନ୍ ସ୍କୋର କରି ସଂଗ୍ରହ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ଓଡିଶାର ଅଗ୍ରଣୀ ରନ୍ ସଂଗ୍ରହକାରୀ ଥିଲେ।

ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିଜୟ ହାଜାରେ ଟ୍ରଫି ୨୦୨୧ ରେ ଏକ ଚମତ୍କାର ଶତକ ମାରି ଶୁଭ୍ରାଂଶୁ ଲୋକ ଲୋଚନକୁ ଆସିଥିଲେ। ତାଙ୍କ ଶତକ ସାହାଯ୍ୟରେ ଓଡିଶା ସେହି ମୁକାବିଲାରେ ୬୩ ରନ୍‌ରେ ବିଜୟ ହାସଲ କରିଥିଲା। ଏହା ସହିତ ଶୃଭାଂଶୁ ବିଦର୍ଭ ଏବଂ ହିମାଚଳ ପ୍ରଦେଶ ବିପକ୍ଷରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।