ସୁବାସ ଚୌହାନ ପଶ୍ଟିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରଗଡର ବିଜେଡି ନେତା ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶାର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ବ୍ରଜରାଜନଗର ବିଧାୟକ ଭାବେ ନିର୍ବାଚିତ ହେବାପରେ ଏହି ପଦବୀ ଖାଲି ପଡିଥିଲା। ଗତ ସାଧାରଣ ନିର୍ବାଚନରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ସୁବାସଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରି ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।