Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଫେରିବ କାଳିଆ ଟଙ୍କା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର, ଏନ୍ଏନ୍ଏସ୍: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‍ ରହିଛି ଓ ସହଜରେ ସେମାନଙ୍କ ଠାରୁ ସହାୟତା ରାଶି ଫେରାଇ ଅଣାଯିବ। ପ୍ରଥମ ପର୍ଯ୍ୟାୟରେ ୫୧ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡଚାଷୀ, ଟିକସଦାତା, ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀଙ୍କ ସଂଖ୍ୟା ମାତ୍ର ୪୦ହଜାର ରହିଛି। ଏମାନଙ୍କ ମଧ୍ୟରୁ ଅନେକ ଏବେ ସହାୟତା ରାଶି ଫେରାଇବାକୁ ନିଜଆଡୁ ଆଗ୍ରହ ପ୍ରକାଶ କଲେଣି।

ଏହି ଯୋଜନାରେ ହିତାଧିକାରୀମାନଙ୍କ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ପଠାଇ ଦିଆଯାଇଥିବାରୁ ସହାୟତା ପ୍ରଦାନରେ କୌଣସି ପ୍ରକାର ବେନିୟମ ବି ହୋଇନାହିଁ। ଯୋଜନାରେ ବ୍ୟୟ ହୋଇଥିବା ଟଙ୍କାଟିଏ ବି ସ୍ୱଚ୍ଛ ଉପାୟରେ ଚାଷୀଙ୍କ ନିକଟରେ ପହଞ୍ଚିଛି। ଅର୍ଥ ନେଇଥିବା ହିତାଧିକାରୀଙ୍କ ସମସ୍ତ ବିବରଣୀ ସରକାରଙ୍କ ନିକଟରେ ରହିଥିବା ଯୋଗୁଁ ସେମାନଙ୍କ ସହିତ କୌଣସି ସମୟରେ ଯୋଗାଯୋଗ କରାଯାଇ ପାରିବ। କାଳିଆ ଯୋଜନାରେ ଉପକୃତ ହୋଇଥିବା ୩ଲକ୍ଷ ହିତାଧିକାରୀ, ଯେଉଁମାନଙ୍କ ପରିବାରରୁ ଏକାଧିକ ଚାଷୀ ଉପକୃତ ହୋଇଥିବା ଲକ୍ଷ୍ୟ କରାଯାଇଛି ବାସ୍ତବରେ ସେମାନେ କୌଣସି ଅନୈତିକ ଉପାୟରେ ଅର୍ଥ ପାଇନାହାନ୍ତି।

ଯେହେତୁ କାଳିଆ ଯୋଜନାରେ ଗୋଟିଏ ଚାଷୀ ରିବାରର ଜଣଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି ତେଣୁ ଏହି ତିନିଲକ୍ଷ ହିତାଧିକାରୀଙ୍କୁ ଅଧିକ ଭାବେ ଦର୍ଶାଯାଉଛି। ଏମାନେ ସହାୟତା ଆକାରରେ ପାଇଥିବା ୧୫୦କୋଟି ଟଙ୍କାକୁ ସେମାନଙ୍କ ପରିବାରକୁ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା କାଳିଆ ଅର୍ଥରେ ଆଡଜଷ୍ଟ କରାଯିବ। ତେଣୁ ଏଥିରେ ରାଜକୋଷରୁ କୌଣସି ଅର୍ଥ ବେନିୟମ ଭାବେ ବ୍ୟୟ ହେବାର ସମ୍ଭାବନା ନାହିଁ।

କାଳିଆ ଯୋଜନାଟି ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ବ୍ୟକ୍ତିମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାବେଳେ ବିନା ମଧ୍ୟସ୍ଥିରେ ସରକାର ଏହି ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଉଛନ୍ତି। ତେଣୁ ଯୋଜନାରେ କୌଣସି ତ୍ରୁଟିବିଚ୍ୟୁତି କିମ୍ବା ଅର୍ଥ ହେରଫେର ହେବାର ନାହିଁ।