ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ ନିଜେ ୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ତାଙ୍କ ଦ୍ୱାରା ଲିଖିତ ସୁନିର୍ବାଚିତ ୬୦ଟି ଗଳ୍ପକୁ ନେଇ ଏହି ଗଳ୍ପ ସଂକଳନ ପ୍ରକାଶ ପାଇଛି ।

ରାଜଭବନଠାରେ ଏକ ନିରାଡ଼ମ୍ବର ପରିବେଶ ମଧ୍ୟରେ ଆୟୋଜିତ ହୋଇଥିବା ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କବି ପଦ୍ମଭୂଷଣ ଡ. ଶ୍ରୀ ରମାକାନ୍ତ ରଥ ଉପସ୍ଥିତ ଥିଲେ । କଟକର ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଦ୍ୱାରା ୪୫୦ ପୃଷ୍ଠା ସମ୍ବଳିତ ଏହି ଗଳ୍ପ ପୁସ୍ତକ ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଇଛି।