୫ ମହାନଗର ପାଇଁ କାର୍ଯ୍ୟକାରୀ ହେବ ଜାଗା ମିଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫ ମହାନଗର ପାଇଁ କ୍ୟାବିନେଟ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ସରକାର ଜାଗା ଯୋଗାଇବେ। ୯୩୮ଟି ବସ୍ତିର ୧ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି।