ଭୁବନେଶ୍ୱର,ଏନ୍ଏନ୍ଏନ୍: ରାଜ୍ୟରେ ବଢ଼ୁଥିବା କରୋନା ଓ ଓମିକ୍ରନ୍ ମାମଲା ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା। କିନ୍ତୁ ପୂର୍ବ ନିର୍ଦ୍ଧାରିତ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଆସନ୍ତା ୩ ତାରିଖରୁ ହିଁ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, ନୋଡାଲ ଅଫିସରମାନେ ସ୍କୁଲ ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନଲାଇନରେ ପଢ଼ପାରିବେ। ସ୍କୁଲ କ୍ୟାମ୍ପସ ସ୍ୱଚ୍ଛ ରଖାଯାଇଛି। ପିଲାଙ୍କୁ ଗହଳିରୁ ଦୂରେଇ ରଖନ୍ତୁ। ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ।