ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଡିଆଇଜି ଓ ଏସପି ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ବ୍ରିଜେଶ କୁମାର ରାୟ ଅନୁଗୁଳ ରେଞ୍ଜ ଡିଆଇଜି ହୋଇଥିବାବେଳେ ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରୂପେ ନିଯୁକ୍ତ କରାଯାଇଛି । ଏଥିସହିତ ୧୧ ଜିଲ୍ଲାର ଏସପିଙ୍କ ମଧ୍ୟ ବଦଳି ହୋଇଛି । ଏହିକ୍ରମେ ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସପି ହୋଇଥିବାବେଳେ ରାହୁଲ ପିଆର ଜଗତସିଂହପୁର, ଜଗମୋହନ ମିନା ଗଞ୍ଜାମ, ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼, ବିନିତ ଅଗ୍ରୱାଲ ଯାଜପୁର, ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଦାୟିତ୍ୱ ଦିଆଯାଇଛି । ଏଲ୍ ଦିବ୍ୟା ଭିଜିଲାନ୍ସ ଏସପି ରୂପେ ନିଯୁକ୍ତ ହୋଇଥିବାବେଳେ ସାଗରିକା ନାଥ ବାଲେଶ୍ୱର , ଗୁଣ୍ଡଲା ରେଡ୍ଡୀ ନୂଆପଡ଼ା, ଶୁଭେନ୍ଦୁ ପାତ୍ର କନ୍ଧମାଳ, ଅଭିନବ ସୋନକାର କୋରାପୁଟ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଦାୟିତ୍ୱ ମିଳିଛି।