ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଡା. ସୌରଭ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ହୋମ୍ ଆଇସୋଲୋସନରେ ଅଛନ୍ତି। ତାଙ୍କର କୋଭିଡ୍ ସଂକ୍ରମଣର କୌଣସି ଲକ୍ଷ୍ୟଣ ନଥିଲା। କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ସେହିପରି ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ଅର୍ଚ୍ଚନା ପଟ୍ଟନାୟକ ଓ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଛି।