ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ: ମଣିଷରୂପୀ ଭଗବାନ କୁହାଯାଉଥିବା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋଶିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଏବେ ସେ ନିଜକୁ ଘରେ କ୍ୱାରେଣ୍ଟାଇନ କରି ନେଇଛନ୍ତି। ଏଥିସହିତ ଏବେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ତାଙ୍କୁ ପୂର୍ବାପେକ୍ଷା ଅଧିକ ସମୟ ମିଳିବ। ଆଉ ଯେକୌଣସି ସ୍ଥିତିରେ ବି ସେ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି।