ଟିକାକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋଲା ବଜାରରେ କରୋନା ଟିକା ମିଳିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଖୋଲା ବଜାରରେ ଟିକା ମିଳିଲେ ଆଶାୟୀ ଟିକା କିଣିପାରିବେ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ବିଶ୍ୱରେ ସ୍ୱୀକୃତ ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳୁ। ଏପରି ହେଲେ ଟିକା ଯୋଗାଣ ବୃଦ୍ଧି କରାଯାଇ ପାରିବ। ଭାରତରେ ଟିକା ଉତ୍ପାଦନ ନେଇ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ବଢ଼ାନ୍ତୁ ବୋଲି ନବୀନ ଚିଠିରେ ଲେଖିଛନ୍ତି। ଏଥିସହିତ ଦୈନିକ ୩ଲକ୍ଷ ଡୋଜ ହାରରେ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇବାକୁ ମଧ୍ୟ ନବୀନ ନିବେଦନ କରିଛନ୍ତି।