ରଣବିଜୟଙ୍କ ସ୍ଥାନ ନେବେ ସୋନୁ ସୁଦ

ମୁମ୍ବାଇ: ଏମଟିଭିର ଲୋକପ୍ରିୟ ଶୋ’ ‘ରୋଡିଜ’ର ହୋଷ୍ଟ ରୂପେ ନଜର ଆସୁଥିବା ରଣବିଜୟ ସିଂହ ଶୋ’କୁ ଛାଡ଼ି ଦେଇଛନ୍ତି । ଏନେଇ ନିଜେ ରଣବିଜୟ ସୂଚନା ଦେଇଛନ୍ତି । ଉଭୟ ପକ୍ଷରୁ ଶୋ’ର ଟାଇମିଂ ଠିକ୍ ନହୋଇ ପାରିବାରୁ ରଣବିଜୟ ଶୋ’ ଛାଡ଼ିଛନ୍ତି । ରଣବିଜୟ ଚ୍ୟାନଲ ସହ ୧୮ ବର୍ଷ ହେବ ଯୋଡ଼ିତ ରହିବା ସହ ଭିନ୍ନ ଭିନ୍ନ ଶୋ’ କରିଥିବା କହିଛନ୍ତି ।

ରଣବିଜୟ ସିଂହଙ୍କ ସ୍ଥାନରେ ଏବେ ସୋନୁ ସୁଦ ଶୋ’ ହୋଷ୍ଟ କରିବେ । ଶୋ’ର ନିର୍ମାତା ଗ୍ୟାଙ୍ଗ ଲିଡର କନସେପ୍ଟକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ସୋନୁ ସୁଦ କେବଳ ଏକମାତ୍ର ହୋଷ୍ଟ ରୂପେ ଶୋ’ରେ ନଜର ଆସିିବେ । ‘ରୋଡିଜ’ର ଆଗାମୀ ସୁଟିଂ ଫେବୃଆରୀ ୧୪ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।