୩୫୦ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଁଚାଇଲେ ଅଭିନେତା ସୋନୁ ସୁଦ

ମୁମ୍ବାଇ: ଜୁହୁରେ ନିଜ ୬ମହଲା ହୋଟେଲକୁ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉପଲବ୍ଧ କରାଇବା, ପ୍ରତିଦିନ ହଜାରେ ବେସାହାରା ଲୋକଙ୍କୁ ଖାଦ୍ୟ ଖୁଆଇବା ପରେ ଅଭିନେତା ସୋନୁ ସୁଦ ଏବେ ପ୍ରବାସୀ ଶ୍ରମିକଙ୍କ ଲାଗି ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋନୁ ମୁମ୍ବାଇର ଠାଣେରୁ ପ୍ରବାସୀ ଶ୍ରମିକଙ୍କ ୧୦ଟି ବସକୁ କର୍ଣ୍ଣାଟକର ଗୁଲବର୍ଗ ଅଞ୍ଚଳକୁ ପଠାଇଛନ୍ତି। ଏଥିପାଇଁ ସେ ଉଭୟ ସରକାରଙ୍କ ପରାମର୍ଶ ନେଇଥିଲେ। ପ୍ରତ୍ୟେକ ବସ୍ ପାଇଁ ୮୦ ହଜାର ହିସାବରେ ମୋଟ ୮ ଲକ୍ଷ ନିଜେ ଭରିଥିଲେ। ଏଥିô ସହିତ ସେମାନଙ୍କ ଗନ୍ତବ୍ୟସ୍ଥଳୀ ପର୍ଯ୍ୟନ୍ତର ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରିଥିଲେ। ଖାସ୍ କଥାଟି ହେଲା ଏହି ବସ୍ଗୁଡ଼ିକ ଗନ୍ତବ୍ୟସ୍ଥଳୀକୁ ବାହାରିବା ସମୟରେ ନିଜେ ସୋନୁ ସେଠାରେ ଉପସ୍ଥିତ ରହିଥିଲେ।