ରଥଯାତ୍ରା ପୂର୍ବରୁ ଲାଗିବ ୨୩୬ ସିସିଟିଭି କ୍ୟାମେରା

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ପୂର୍ବରୁ ୨୩୬ ସିସିଟିଭି କ୍ୟାମେରା ଲାଗିବ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏଥିଲାଗି ସ୍ଥାନ ଚିହ୍ନଟ ସରିବା ସହ ଟେଣ୍ଡର ବି ଆହ୍ୱାନ ହୋଇସାରିଛି। ଖୁବଶୀଘ୍ର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ରଥ କାମ ମଧ୍ୟ ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦିନକୁଦିନ ରଥ ନିର୍ମାଣକାରୀଙ୍କ ସଂଖ୍ୟା ବଢ଼ାଯାଉଛି । ମହାରଣା ଓ ଭୋଇ ସେବାୟତମାନେ ୨ଟି ସିଫ୍ଟରେ କାମ କରୁଛନ୍ତି । କୋଭିଡ ସ୍ଥିତି ଉପୁଜିଲେ ଯେପରି କୌଣସି ପ୍ରଭାବ ନ ପଡ଼ିବ ତା’ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ଶ୍ରୀ ବର୍ମା କହିଛନ୍ତି ।