Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉତ୍କୃଷ୍ଟ ପାଠପଢ଼ା ନାଁରେ ପିଲାମାନଙ୍କୁ ଦିଆଯାଉଛି ଅତ୍ୟଧିକ ମାନସିକ ଚାପ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉତ୍କୃଷ୍ଟ ପାଠପଢ଼ା ନାଁରେ ପିଲାମାନଙ୍କୁ ଦିଆଯାଉଛି ଅତ୍ୟଧିକ ମାନସିକ ଚାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିକ୍ଷା କ୍ଷେତ୍ରରେ ସଂସ୍କାର ଏକ ଗତାନୁଗତିକ ପ୍ରକ୍ରିୟା। ସେ ବିଦ୍ୟାଳୟ ହେଉ ଅଥବା ବିଶ୍ୱବିଦ୍ୟାଳୟ, ଶିକ୍ଷା ବିଭାଗ ପକ୍ଷରୁ ସମୟେ ସମୟେ ତତ୍କାଳ ଆବଶ୍ୟକତାକୁ ଅନୁଭବ କରି ପାଠ୍ୟଖସଡ଼ାରେ ପ୍ରସ୍ତୁତି/ ପରିବର୍ତ୍ତନ କରାଯାଇଆସିଛି। ଏବଂ ଏ ଧାରା ବଳବତ୍ତର ରହୁଛି। ତେବେ କୌଣସି ଶ୍ରେଣୀର ପାଠ୍ୟଖସଡା ପ୍ରସ୍ତୁତ ସମୟରେ ସେ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବୟସ, ମାନସିକ ଏବଂ ବୌଦ୍ଧିକ କ୍ଷମତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା କଥା। ମାତ୍ର ରାଜ୍ୟରେ ଶିକ୍ଷା ବିକାଶ ସମିତି ଅଧୀନରେ ଚାଲିଥିବା ପ୍ରାଥମିକ ସ୍କୁଲଗୁଡିକରେ ପାଠ୍ୟଖସଡ଼ାକୁ ଦେଖିଲେ ସେମାନେ ଯେ, ପିଲାମାନଙ୍କ ଉପରେ ଅଧିକରୁ ଅତିରିକ୍ତ ବୋଝ ଲଦୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିଛି। ପିଲାମାନଙ୍କୁ ଦକ୍ଷ ଓ ସକ୍ଷମ କରିବା ଆଳରେ ଶିକ୍ଷାବିକାଶ ସମିତିର ଏ ଅତିରିକ୍ତ ବୋଝ ଏବଂ ପିଲାଙ୍କୁ ମାନସିକ ଚାପକୁ ନେଇ ବର୍ତ୍ତମାନ ଅଭିଭାବକଙ୍କ ମହଲରେ ଚାପାଗୁଞ୍ଜରଣ ସୃଷ୍ଟି କଲାଣି।

ଦୁଇଟି ସଂଖ୍ୟାର ଯୋଗଫଳ ସେମାନଙ୍କର ଅନ୍ତରଫଳର ୨ଗୁଣ। ଯଦି ଅନ୍ତରଫଳ ୩ହୁଏ ସଂଖ୍ୟା ଦୁଇଟି କେତେ? ଦୁଇଟି ସଂଖ୍ୟାର ଅନ୍ତରଫଳ ୮। ବଡ ସଂଖ୍ୟାଟି ୨୧ହେଲେ ସାନ ସଂଖ୍ୟାଟି କେତେ? ପ୍ରଶ୍ନଟି ଆପଣଙ୍କ ଲାଗି ନୁହେଁ। ତଥାପି ଆପଣଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ବହୁ ସମୟ ଲାଗିପାରେ। ଏପରିକି ଆମ ମଧ୍ୟରୁ କେତେକାଂଶ ଏ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇପଡିବେ। ତେବେ ଆପଣ ଯାଣି ଅଶ୍ଚର୍ଯ୍ୟ ହେବେ ଯେ, ଏମିତିକା କଷ୍ଟ ପ୍ରଶ୍ନ ଶିକ୍ଷା ବିକାଶ ସମିତି ଅଧିନରେ ଚାଲିଥିବା ପ୍ରଥମ ଶ୍ରେଣୀ ଗଣିତ ପୁସ୍ତକରେ ସ୍ଥାନ ପାଇଛି। ଉପରୋକ୍ତ ପ୍ରଶ୍ନ କେବଳ ଉଦାହରଣ ମାତ୍ର। ଯଦି ସମ୍ପୃର୍ଣ୍ଣ ପୁସ୍ତକଟିକୁ ଆପଣ ଅନୁଧ୍ୟାନ କରିବେ ତାହାଲେ ଆପଣଙ୍କର ଅକଲ ଗୁଡୁମ୍ ହୋଇଯିବ। ଉପରଶ୍ରେଣୀର ପିଲାଙ୍କ ପାଇଁ ଏପରିକା ପ୍ରଶ୍ନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ ପିଲାଟି ପାଇଁ ଏମିତିକା ପାଠ୍ୟକ୍ରମ କେତେଦୂର ଯଥାର୍ଥ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏନେଇ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଶିକ୍ଷା ବିକାଶ ସମିତି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଥମ ଶ୍ରେଣୀ ଗଣିତ ପାଠ୍ୟପୁସ୍ତକ ପିଲାଙ୍କ ଲାଗି ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସସିଇଆରଟି ପକ୍ଷରୁ ଯାଞ୍ଚ କରାଯିବା ଉଚିତ୍। ପ୍ରଥମ ଶ୍ରେଣୀ ହେଉବା ଉପର ଶ୍ରେଣୀ ଆଦି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପାଠ୍ୟଖସଡ଼ା ନିର୍ଦ୍ଧାରଣ କରିବା ସହ ପ୍ରାଥମିକ ଶିକ୍ଷାରେ ଯେପରି ଛାତ୍ରଛାତ୍ରୀଙ୍କ ଉପରେ ପାଠର ବୋଝ ନରହେ ସେଥିଲାଗି ତଦାରଖ କରାଯିବା ଉଚିତ୍। ସମିତି ପାଠ୍ୟ ପୁସ୍ତକ ପ୍ରସ୍ତୁତି କରିବା ପୂର୍ବରୁ ସରକାରଙ୍କ ସବୁଜ ସଙ୍କେତ ରହିବା ଆବଶ୍ୟକ।

ଗଣଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ୁଥିବା ପିଲାଙ୍କୁ ଅତିରିକ୍ତ ଚାପ ନଦେବା ଲାଗି ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରୁଛନ୍ତି। ପିଲାମାନଙ୍କୁ ଯେପରି ଅଧିକ ଚାପର ବଶବର୍ତ୍ତୀ ନହୁଅନ୍ତି ସେଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ସହ ଖେଳକୁଦକୁ ପ୍ରାଧାନ୍ୟ ଦିଆଯାଉଛି। ଏପରି ସ୍ଥଳେ ଶିକ୍ଷାବିକାଶ ସମିତି କ’ଣ ଗଣଶିକ୍ଷା ବିଭାଗ ଠାରୁ ଉର୍ଦ୍ଧରେ? ଅନ୍ୟମାନଙ୍କ ସହ ପ୍ରତିଯୋଗୀତା ଭଲ ମାତ୍ର ପ୍ରତିଯୋଗିତା ଆଳରେ କୋମଳମତି ଛାତ୍ରଛାତ୍ରୀଙ୍କୁ ମାନସିକ ଯନ୍ତ୍ରଣା ଦେବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠିଲାଣି।

ଏନେଇ ଶିକ୍ଷା ବିକାଶ ସମିତିର ଜଣେ କର୍ମକର୍ତ୍ତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଉପରେ କୌଣସି ଚାପ ପଡୁନି। ପୂର୍ବରୁ ପ୍ରଥମ ଶ୍ରେଣି ଲାଗି ୩ଖଣ୍ଡ ଗଣିତ ପୁସ୍ତକ ଥିବା ବେଳେ ବର୍ତ୍ତମାନ ୨ଖଣ୍ଡ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି ଲାଗି ଏକ ଶିକ୍ଷା ପରିଷଦ କମିଟି ରହିଛି। କମିଟିର ସୁପାରିସ ପରେ ପାଠ୍ୟପୁସ୍ତକ ପ୍ରକାଶିତ ହୋଇଥାଏ। ଏହି କମିଟିରେ ରାଜ୍ୟର ବରିଷ୍ଟ ଶିକ୍ଷାବିତ୍ମାନେ ରହିଛନ୍ତି। ତେବେ ପ୍ରଥମରୁ ପଞ୍ଚମ ମଧ୍ୟରେ ଗୁଣନ ଏବଂ ୧ରୁ ୧୦୦ପର୍ଯ୍ୟନ୍ତ ସଂଖ୍ୟା ଶିଖିବା ଲାଗି ବ୍ୟବସ୍ଥା ରହିଛି। ତେବେ ସେହି ବ୍ୟବସ୍ଥାରେ ଶିକ୍ଷା ବିକାଶ ସମିତି ପକ୍ଷରୁ ପିଲାଙ୍କ ଦକ୍ଷତା ବୃଦ୍ଧି ଲାଗି ଉଦ୍ୟମ ହେଉଛି। ବିଶେଶକରି ଶ୍ରେଣୀରେ ଯେଉଁ ଶିକ୍ଷାଦାନ ହେଉଛି ସେଥିରେ ପିଲାଙ୍କର ମାନସିକ ସ୍ଥିତି ଏବଂ ସହଜ ସରଳ ଭାବେ ଶିକ୍ଷାଦାନ ହେଉଛି। ଫଳରେ ପିଲାଙ୍କର କୌଣସି ସମସ୍ୟା ହେଉନାହିଁ।

ସେହିପରି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ବୃନ୍ଦାବନ ଶତପଥୀଙ୍କୁ ପଚାରିବାରୁ ସେ କହନ୍ତି ଯେ, ଶିକ୍ଷାବିକାଶ ସମିତି ଯେଉଁ ପାଠ୍ୟପୁସ୍ତକ ପ୍ରସ୍ତୁତ ଏବଂ ଶିକ୍ଷା ଦାନ ସମ୍ପର୍କରେ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ।  ଶିକ୍ଷାବିତଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ହେବ ରାଜ୍ୟରେ ସରସ୍ୱତୀଶିଶୁ ମନ୍ଦିର ପିଲାଙ୍କର ରେଜଲ୍ଟ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ତେବେ ପିଲାଙ୍କର ମାନସିକ ସ୍ଥିତିକୁ ଗୁରୁତ୍ୱ ଦେବା ଉଚିତ୍। ବିଶେଷକରି ଅଧିକାଂଶ ପିଲାଙ୍କୁ ସେମାନଙ୍କର ମା’ମାନେ ଘରେ ପଢ଼ାଉଛନ୍ତି। ତେଣୁ ବର୍ତ୍ତମାନର ପାସ୍ଖସଡା ମା’ ମାନଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି। ଏପରି ଏ ଚାପ ପିଲାଙ୍କ ଲାଗି ନା ମା’ଙ୍କ ଲାଗି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଶିକ୍ଷା ବିକାଶ ସମିତିର ପାଠ୍ୟ ଖସଡାରେ ପରିବର୍ତ୍ତନ କରିବାକୁ ଦାବି ହେଉଛି।