ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିୟା ରାଷ୍ଟ୍ରଦୂତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଭଲ କାମ କରୁଛନ୍ତି ବୋଲି ଓଡିଶା ଗସ୍ତରେ ଆସିଥିବା ସିରିୟାର ରାଷ୍ଟ୍ରଦୂତ ରେଡକ୍ୟାମେଲ ଆବାସ୍ ପ୍ରକାଶ କରିଛନ୍ତି । ସୋମବାର ଦିନ ଲୋକସେବା ଭବନ ଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ସାକ୍ଷାତ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସମ୍ପର୍କରେ ଆଲୋରଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ୟ୍ୟକାରୀ ହୋଇଥିବା ବିଭିନ୍ନ ଜନମଙ୍ଗଳକାରୀ କାର୍ୟ୍ୟକ୍ରମ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ।