ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଭବନ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା। ଆସିଲା ମାଂସ ଖଣ୍ଡର ଡିଏନଏ ରିପୋର୍ଟ। ବିସ୍ପୋରଣ ସ୍ଥାନରୁ ସଂଗୃହୀତ ମାଂସ ଖଣ୍ଡର ଡିଏନ‌ଏ ପରୀକ୍ଷା କରାଯାଇଥିଲା। ବିସ୍ଫୋରଣରେ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି।

ସୀମାଞ୍ଚଳ ପରିଡ଼ାଙ୍କ ଘଟଣାସ୍ଥଳରେ ମୃତ୍ୟୁ ନେଇ ଉଠିଥିଲା ଅଭିଯୋଗ। ଏହି ଅଭିଯୋଗ ଆଣିଥିଲେ ସୀମାଞ୍ଚଳଙ୍କ ପରିବାର ଲୋକ। ସୀମାଞ୍ଚଳଙ୍କ ପରିବାର ଲୋକଙ୍କର ମଧ୍ୟ ହୋଇଥିଲା ଡିଏନ‌ଏ ଟେଷ୍ଟ। ସିପି ଆହୁରି କହିଛନ୍ତି, ଏହି ଘଟଣାରେ ଅନ୍ୟ କାହାରି ମୃତ୍ୟୁ ଘଟିଥିବା ନେଇ ଡିଏନ୍‌ଏ ରିପୋର୍ଟରେ ତଥ୍ୟ ନାହିଁ। ସୀମାଞ୍ଚଳଙ୍କୁ ମିଶାଇ ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।