ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର କରୋନା ସ୍ଥିତିରେ ସୁଧାର ଆସୁଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ମଧ୍ୟ ସଂକ୍ରମଣ ହ୍ରାସ ପାଇଛି। ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁସାରେ ରାଜଧାନୀରେ ଆଜି ନୂଆ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫୪ ଜଣ ସୁସ୍ଥ ହୋଇଛନ୍ତି।
ନୂଆ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ସଂଗରୋଧ କେନ୍ଦ୍ରର ରହିଛନ୍ତି। ସେଥିରୁ ବଡ଼ଗଡ଼ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କେସ୍ ୭୨ ଜଣ ଥିବାବେଳେ ଏଥିରେ ପଟିଆ ଓ ବଡ଼ଗଡ଼ ଅଞ୍ଚଳରୁ ୫ ଜଣ ଲେଖାଏଁ ଏବଂ ସହିଦନଗର, ବମିଖାଲ, ମଞ୍ଚେଶ୍ୱର, ନୟାପଲ୍ଲୀ ଓ ଶୈଳଶ୍ରୀ ବିହାରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 29th Oct(till 9am) pic.twitter.com/IJRO2XOEGm— BMC (@bmcbbsr) October 29, 2020