ବିଧାନସଭାରେ ‘ଶ୍ରୀମନ୍ଦିର ପରିକ୍ରମା ସଙ୍କଳ୍ପ’ ପାରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ‘ଶ୍ରୀମନ୍ଦିର ପରିକ୍ରମା ସଙ୍କଳ୍ପ’ ପାରିତ ହୋଇଯାଇଛି। ବାଚନିକ ଭୋଟରେ ସଙ୍କଳ୍ପ ପାରିତ ହୋଇଥିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସଙ୍କଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ। ପରିକ୍ରମା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ୩ଟି ପ୍ରସ୍ତାବ ଆଣିଛନ୍ତି। ପ୍ରଥମରେ ସଙ୍କଳ୍ପ ନେବା ଓ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା। ଦ୍ୱିତୀୟରେ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା। ତୃତୀୟରେ ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଧନ୍ୟବାଦ ଦେବା।