ଦ୍ୱିପହରରେ ଜଣେ ଘରୋଇ କଲେଜ ଛାତ୍ରୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ଼ କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଛାତ୍ରୀ ଜଣଙ୍କୁ ଗୁଳିମାଡ଼ କରିଥିଲେ। ସୂଚନା ଅନୁସାରେ ଯୁବତୀ ଜଣଙ୍କ ଏକ ଘରୋଇ କଲେଜରେ ପାଠ ପଢ଼ୁଥିବା ବେଳେ ସେ ରାସ୍ତାରେ ଜଣେ ଯୁବକ ବନ୍ଧୁ ସହ ଛିଡ଼ା ହୋଇଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଛାତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଗୁଳିଟି ଯୁବତୀଙ୍କ ଜଙ୍ଘରେ ଲାଗିଥିବା ବେଳେ ସେଠାରେ ସେ ଗୁରୁତର ହୋଇଯାଇଥିଲେ।

ସେଠାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରିସ୍ଥିତି ସଙ୍କଟାପନ୍ନ ଥିବା ଜଣାପଡ଼ିଛି। କେଉଁ କାରଣରୁ ଏଭଳି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିନଥିବା ବେଳେ ଏହା ପ୍ରେମଜନିତ ବୋଲି କୁହାଯାଉଛି। ତେବେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।