ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପିସିସିର ନୂଆ ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି । ଶରତ ପଟ୍ଟନାୟକ ଦ୍ୱିତୀୟଥର ପାଇଁ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ କହିଛନ୍ତି ଯେ, ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବୁ । ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ । ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବୁ । ମୋତେ ଦାୟିତ୍ୱ ଦେଇଥିବାରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଉଛି ।