ସମ୍ବଲପୁର ରେଳମଣ୍ଡଳରେ ଆଧୁନିକୀକରଣ, ୪ ଟ୍ରେନ ବାତିଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ୪ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ଆଉ କେତେକ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ସିକିର-ବଡମାଲ ଷ୍ଟେସନ ମଧ୍ୟରେ ରେଳ କାର୍ଯ୍ୟ ଚାଲିଥିବାରୁ ଟ୍ରେନ ପ୍ରଭାବିତ ହୋଇଛି ।

ବାତିଲ ଟ୍ରେନ:

୦୮୩୧୭/୦୮୩୧୮ ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ଟ୍ରେନ ନେଭେମ୍ବର ୬ ରୁ ୧୧ ତାରିଖ ପର‌୍ୟ୍ୟନ୍ତ ଏବଂ ଜୁନାଗଡ଼ ରୋଡରୁ ୭ ରୁ ୧୨ ପର‌୍ୟ୍ୟନ୍ତ ବାତିଲ ରହିବ ।

୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ଟ୍ରେନ ନେଭେମ୍ବର ୭ ରୁ ୧୨ତାରିଖ ପର‌୍ୟ୍ୟନ୍ତ ଏବଂ ବିଲାସପୁରରୁ ୬ ରୁ ୧୧ ତାରିଖ ମଧ୍ୟରେ ବାତିଲ ରହିବ ।

୦୮୨୭୭/୦୮୨୭୮ ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ଼ରୁ ନେଭେମ୍ବର ୬ ରୁ ୧୧ ତାରିଖ ପର‌୍ୟ୍ୟନ୍ତ ଏବଂ ରାୟପୁର ରୋଡରୁ ୭ ରୁ ୧୨ ନଭେମ୍ବର ମଧ୍ୟରେ ବାତିଲ ରହିବ ।

୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ନଭେମ୍ବର ୭ ରୁ ୧୧ ତାରଖ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ।

ଟ୍ରେନର ଆଂଶିକ ବାତିଲ୍

ହାଓ୍ବଡା ଠାରୁ ଛାଡିବାକୁ ଥିବା ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ନଭେମ୍ବର ୭ ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ ୯ ରୁ ୧୨ ନଭେମ୍ବର ମଧ୍ୟରେ ଉଭୟ ପାର୍ଶ୍ୱରୁ ହାଓ୍ବଡା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ବାତିଲ ରହିବ ।

୧୨୮୭୧, ୨୨୮୬୧/୧୨୮୭୨ ଏବଂ ୨୨୮୬୨ ହାଓ୍ବଡା-ଟିଟିଲାଗଡ଼/କଣ୍ଟାବାଞ୍ଜି-ହାଓ୍ବଡା ଇସ୍ପାତ ଏକ୍ସପ୍ରେସ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଏବଂ ୮ ରୁ ୧୨ ମଧ୍ୟରେ କଣ୍ଟାବାଞ୍ଜି/ଟିଟିଲାଗଡ ଠାରୁ ଉଭୟ ପାର୍ଶ୍ବରୁ ହାଓ୍ବଡା-ବଲାଙ୍ଗୀର ମଧ୍ୟରେ ଚଳଚଳ କରିବ । ବଲାଙ୍ଗିର-କଣ୍ଟାବଞ୍ଜି-ଟିଟିଲାଗଡ ମଧ୍ୟରେ ଚଳାଚଳ ବାତିଲ ରହିବ ।