ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି। ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ଥିଲେ। ସେ କିଛି ବର୍ଷ ତଳେ ଅବସର ନେଇଥିଲେ। ସେ କର୍କଟ ରୋଗରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ରାଜହଂସ ଜଣେ ମେଳାପୀ ଅଫିସର ଥିଲେ। ତାଙ୍କ ଚାକିରି କାଳରେ ସେ ବିଭିନ୍ନ ପଦପଦବୀରେ ବେଶ ସଫଳତାର ସହ କାର୍ଯ୍ୟ କରିଥିଲେ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ସେ ଗ୍ରହଣ କରିଥିବା କିଛି ପଦକ୍ଷେପକୁ ଏବେ ବି ତାଙ୍କ ସହ କାମ କରିଥିବା ଅଧିକାରୀମାନେ ଝୁରୁଛନ୍ତି। ଜଙ୍ଗଲ ଆଇନ କାନୁନ ବିଷୟରେ ସେ ଥିଲେ ଅତି ବିଚକ୍ଷଣ। ସବୁଠାରୁ ବଡ଼ କଥା ହେଉଛି ସେ ଥିଲେ ଜଣେ ଲୋକକୈନ୍ଦ୍ରିକ ପ୍ରଶାସକ। ଯେଉଁଥିପାଇଁ ସେ ଯେଉଁଠି ବି କାମ କଲେ ସେଠାରେ ସୁନାମ ଅର୍ଜନ କରିଛନ୍ତି।