‘ଚନ୍ଦ୍ରାୟନ -୩’ର ସଫଳ ଅବତରଣ ପାଇଁ ସୀମା ହାଇଦର ରଖିଲେ ବ୍ରତ

ନୂଆଦିଲ୍ଲୀ: ଭାରତର ମୁନ ମିଶନ ‘ଚନ୍ଦ୍ରାୟନ ୩’ର ସଫଳ ଅବତରଣ ପାଇଁ ସମଗ୍ର ଦେଶରେ ପୂଜା, ପ୍ରାର୍ଥନା ଓ ହୋମ ଜାରି ରହିଛି । ଇତିମଧ୍ୟରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଧ୍ୟ ଚନ୍ଦ୍ରାୟନ ୩ ସଫଲତା ଲାଗି ବ୍ରତ କରିଛନ୍ତି । ଏନେଇ ନିଜେ ସୀମା ଭିଡିଓ ଜାରି କରି ସୂଚନା ପ୍ରଦାନ କରିଛନ୍ତି ।

ଉକ୍ତ ଭିଡିଓରେ ସୀମା ହାଇଦର କହିଛନ୍ତି ଯେ, ମୋ ଦେହ ଭଲ ନଥିଲେ ମଧ୍ୟ ମୁଁ ବ୍ରତ ରଖିଛି । ଭାରତର ‘ଚନ୍ଦ୍ରାୟନ ୩’ ଆଜି ସଂଧ୍ୟାରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ । ଏହାଦ୍ୱାରା ଆମ ଦେଶର ଖୁବ୍ ନାଁ ହେବ । ଯେପର୍ଯ୍ୟନ୍ତ ଚନ୍ଦ୍ରାୟନ ୩ ସଫଳତାପୂର୍ବକ ଭାବେ ଚନ୍ଦ୍ରପୃଷ୍ଠରେ ନ ଓହ୍ଲାଇଛି ସେପର୍ଯ୍ୟନ୍ତ ମୁଁ ବ୍ରତ ରଖିବି ।