ରାଜ୍ୟରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ, ସ୍ୱଦେଶରୁ ଫେରିଥିବା ସୂଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ପୁଣି ଜଣଙ୍କ ରକ୍ତ ନମୂନାରେ ଭୂତାଣୁ ଠାବ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଆରଏମଆରସିକୁ ପଠାଯାଇଥିବା ୧୪ଟି ନମୂନା ମଧ୍ୟରୁ ଗୋଟିଏ ପଜିଟିଭ ବାହାରିଛି। ଫଳରେ ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଥିବା ସ୍ପଷ୍ଟ ହୋଇଛି। ତେବେ ଆକ୍ରାନ୍ତ ବ୍ୟକ୍ତି କୋରୋନା ପ୍ରଭାବିତ ଦେଶରୁ ସ୍ୱେଦେଶ ଫେରିଥିବା ନେଇ ସୂଚନା ମିଳିଥିବାବେଳେ ଖୁବଶୀଘ୍ର ତାଙ୍କ ଭ୍ରମଣ ତଥ୍ୟ ଖୋଜାଯିବ ବୋଲି ଜଣାପଡିଛି।

ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ବର୍ତ୍ତମାନ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ଜଣାପଡ଼ିଛି।