ପୁଣି ପ୍ରବଚନ ଦେବେ ସାରଥୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୁଣିଥରେ ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ। ପୂର୍ବଭଳି ସେ ପୁଣିଥରେ ପ୍ରବଚନ ଦେବେ। ଏନେଇ ହାଇକୋର୍ଟ ତାଙ୍କୁ ଅନୁମିତି ଦେଇଛନ୍ତି। କୋଭିଡ଼୍ ନିୟମକୁ ପାଳନ କରିବା ସହ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ପୂର୍ବରୁ ସେ ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ୍ କରିଥିଲେ। ପ୍ରବଚନ ଦ୍ୱାରା ସେ ଗୁଜୁରାଣ ମେଣ୍ଟାଇ ଥାଆନ୍ତି, ତେଣୁ ପୁଣିଥରେ ପ୍ରବଚନ ପାଇଁ ଅନୁମତି ଲୋଡ଼ିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୫ରେ ସାରଥୀ ଗିରଫ୍ ହୋଇଥିଲେ। ସାରଥୀଙ୍କ ନାମରେ ୩ଟି ମାମଲା ରହିଛି ଏବଂ ବର୍ତ୍ତମାନ ସେ ଜାମିନରେ ଅଛନ୍ତି। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ନେଇ ତାଙ୍କ ନାମରେ ମାମଲା ହୋଇଥିଲା।