ଚର୍ଚ୍ଚାରେ ସାରାଙ୍କ ଫଟୋ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅବିକଳ ମା’ଙ୍କ ଭଳି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ ବିୟୁଟି ସାରା ଅଲ୍ଲୀ ଖାନ। ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି ସାରା। ଅଧିକାଂଶ ସମୟ ନିଜର ଫଟୋ ଓ ଭିଡିଓ ସେୟାର କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି ସେ। ‘ମଦର୍ସ ଡେ’ ଅବସରରେ ସାରା ତାଙ୍କର ମା’ ତଥା ବିଗତ ଦିନର ନାୟିକା ଅମୃତା ସିଂହଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଅବିକଳ ନିଜ ମା’ଙ୍କ ଭଳି ଦିଶୁଛନ୍ତି ସାରା। ଏହି ଫଟୋଟିରେ ସାରା ଅମୃତା ସିଂହଙ୍କ ପୁରୁଣା ଫଟୋ ସହ ନିଜ ଫଟୋକୁ ତୁଳନା କରୁଥିବା ଦେଖିବାକୁ ମିଳୁଛି। ସାରାଙ୍କ ଏ ଫଟୋଟିକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି ପ୍ରଶଂସକ। ଫଟୋ ସେୟାର କରିବା ସହ ସାରା କ୍ୟାପସନ ଲେଖିଛନ୍ତି – ‘ଜୈସି ମା’ ୱୈସି ବେଟି’ (ଯେମିତି ମା’ ସେମିତି ଝିଅ) ମାତ୍ର ବାସ୍ତବରେ ସେଇଆ ନୁହଁ। ଏହି ସମଗ୍ର ସଂସାରରେ ମୋ ମା’ଙ୍କ ଭଳି କେହି ନୁହନ୍ତି।’ ସାରା ଅଲ୍ଲୀ ଖାନଙ୍କ ଏହି ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି।