Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇନ୍ଦ୍ରପ୍ରସ୍ଥର ସଞ୍ଜୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇନ୍ଦ୍ରପ୍ରସ୍ଥର ସଞ୍ଜୟ

ସଞ୍ଜୟ ସିଂ(ଆପ୍ ସାଂସଦ)

ଜୀବନର ଗତିପଥ ବେଳେବେଳେ ବାଟ ଭାଙ୍ଗି ଏମିତି ରାସ୍ତାରେ ଚାଲିଯାଏ, ସମୟ କରେ ତାହାର ମୂଲ୍ୟାଙ୍କନ । ଭଲ ଓ ମନ୍ଦର ଦସ୍ତାବିଜ ଲେଖିଦେଇ କାହାକୁ କାଳଜୟୀ କରିଦିଏ ତ, କାହାକୁ କାଳର ଗର୍ଭରେ ଲୀନ କରିଦିଏ । କିଏ ପଙ୍କରୁ ପଦ୍ମ ହୋଇ ଫୁଟେ ତ, କିଏ ପଦ୍ମ ଥାଇ ବି ପଙ୍କରେ ଲୀନ ହୋଇଯାଏ । କାହାର ନିୟତ କାହା କପାଳରେ କେମିତି ଲେଖାଥାଏ, ତାହା ନିର୍ଘଣ୍ଟ ହୋଇସାରିଥାଏ ବହୁ ପୂର୍ବରୁ ମଣିଷର ଜନ୍ମ ଜାତକରେ । କୀର୍ତ୍ତି ହେଉକି କଳଙ୍କ ପ୍ରତ୍ୟେକ ମଣିଷର ବିଜୟ ତିଳକ ଭଳି ଶୋଭା ପାଉଥାଏ ତାର କଲାକର୍ମକୁ ନେଇ । ସେମିତି ଜଣେ ବ୍ୟକ୍ତିତ୍ୱ ହେଲେ ଆପ୍ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ । ଛାତ୍ର ଜୀବନରୁ ବିଭିନ୍ନ ସାମାଜିକ କାମ ସହିତ ଜଡ଼ିତ ରହି ସମାଜର ପରିବର୍ତ୍ତନ ପାଇଁ ଅନେକ ଥର ନିଜର ଶାଣିତ ସ୍ୱର ମାଧ୍ୟମରେ ହକ୍ ମାଗି ବି ରାଜନୀତି ସହିତ ପ୍ରତ୍ୟେକ୍ଷ ଭାବରେ ଜଡ଼ିତ ହୋଇଯାଇଛନ୍ତି । ଆନ୍ନା ହଜାରେଙ୍କ ସହ ମିଶି ଆନ୍ଦୋଳନ କରିବା ଠାରୁ ପୁଣି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲଙ୍କ ସହ ମିଶି ରାଜନୈତିକ ଦଳ ଆପ୍ ଗଠନ କରିବା ଓ ଲକ୍ଷ୍ୟର ତୀରନ୍ଦାଜରେ ସଫଳ ହେବା ତାହା ପୁଣି ଦେଶର ରାଜଧାନୀ ଦିଲ୍ଲୀ ଭଳି ଜାଗାରେ ସଂଖ୍ୟାଗରିଷ୍ଠତା ନେଇ ସରକାର ଗଠନ କରିବା କମ୍ ବଡ଼ କଥା ନୁହେଁ । ସଞ୍ଜୟ ସିଂ ଆପର ଜଣେ ପ୍ରଭାବଶାଳୀ ନେତା ତଥା ରାଜ୍ୟସଭା ସଦସ୍ୟ, ଏଥିରେ କିଛି ଦ୍ୱି-ମତ ନାହିଁ । ବଡ଼କଥା ହେଲା ଓଡ଼ିଶାରେ ତାଙ୍କର ଛାତ୍ରଜୀବନ, ପାଠପଢ଼ା ବେଶ୍ କିଛି ବର୍ଷ ଧରି ଚଳଚଞ୍ଚଳ ରହିଥିଲା । ଉତ୍ତରପ୍ରଦେଶ ବାସିନ୍ଦା ହେଲେ ବି ଯେମିତି ଭାବରେ ଓଡ଼ିଆ କୁହନ୍ତି, ଲାଗେ ସତେ ଯେମିତି ଓଡ଼ିଶାର ମୂଳବାସିନ୍ଦା । ସେ ଓଡ଼ିଶା ଆସିଥିବା ଅବସରରେ ନିତିଦିନ ପକ୍ଷରୁ ସ୍ୱତନ୍ତ୍ର ସାକ୍ଷାତକାର ।

୧-ଆପଣଙ୍କ ରାଜନୈତିକ କ୍ୟାରିୟର କେମିତି ଆରମ୍ଭ ହୋଇଥିଲା?
ଉ-ମୁଁ ୧୯୮୮ରୁ ୧୯୯୧ ପର୍ଯ୍ୟନ୍ତ କେନ୍ଦୁଝରରେ ରହି ପାଠ ପଢ଼ୁଥିଲି । ଏହି ସମୟରେ କିଛି କିଛି ସାମାଜିକ କାମ ମଧ୍ୟ ଏଠାରେ କରୁଥିଲି। ପରେ ଉତ୍ତରପ୍ରଦେଶରେ ଏକ ସାମାଜିକ ସଂଗଠନ କରି ଲୋକଙ୍କ ସହିତ ବିଭିନ୍ନ ସାମାଜିକ କାମରେ ନିୟୋଜିତ ହେଉଥିଲୁ । ହକରମାନଙ୍କ ନ୍ୟାଯ୍ୟ ଦାବି ପାଇଁ ୧୬ବର୍ଷ କାମ କରିଥିଲି । ଆନ୍ନା ହଜାରେଙ୍କ ସହ ମିଶି ଦୁର୍ନୀତି ବିରୋଧରେ ସଂଗ୍ରାମ କରିଥିଲି । ଅରବିନ୍ଦ କେଜିରିୱାଲଙ୍କ ସହ ୨୦୦୬ରୁ ମିଶି ବିଭିନ୍ନ କାମ କରିବା ସହ ୨୦୧୨ରେ ରାଜନୈତିକ ଭାବେ ଆପ୍ ଦଳ ଗଠନ କରି ଆଜିଦିନ ଯାଏ କାମ କରିଆସୁଛୁ ।

୨-ବିଭିନ୍ନ ରାଜନୈତିକ ଦଳ ଥିବା ବେଳେ କାହିଁକି ଆପକୁ ଆପଣ ପସନ୍ଦ କଲେ?
ଉ-ବିଭିନ୍ନ ଦଳ ସେମାନଙ୍କର ଆଦର୍ଶକୁ ନେଇ ଲକ୍ଷ୍ୟସାଧନ କରୁଥିବା ବେଳେ ଆପ୍ ସବୁବେଳେ ଲୋକଙ୍କ ସହିତ ରହି ଲୋକଙ୍କ କାମ କରିବାକୁ ପସନ୍ଦ କରେ । ଆପ ତ ଆମେ ମିଶି ଗଠନ କରିଛୁ, ତେଣୁ ଅନ୍ୟ ଦଳରେ ଯୋଗ ଦେବାର ପ୍ରଶ୍ନ ଉଠୁଛି କେଉଁଠି । କଂଗ୍ରେସ ସରକାର ଯେତେବେଳେ ଲୋକପାଳ ବିଲ୍କୁ ନେଇ ଦ୍ୱିଧା ପ୍ରକାଶ କରିଥିଲା, ଆମେ ରାଜନୈତିକ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲୁ ।

୩-ନିକଟରେ ଯାଇଥିବା ନିର୍ବାଚନରେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ଆଶାତୀତ ଭାବରେ ସିଟ୍ ପାଇ ବିଜୟ ଲାଭ କରିଥିଲା, କେଉଁ ଆଧାରରେ ଏଥର ନିର୍ବାଚନ ଲଢ଼ିଥିଲେ?
ଉ-ଦିଲ୍ଲୀକୁ ଦଖଲ କରିବାକୁ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳ କଳେ ବଳେ କୌଶଳେ ଗାଦି ହାତେଇବା ପାଇଁ ଚେଷ୍ଟା କରିଥିଲା । ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଠାରୁ ଆରମ୍ଭ କରି ଶହ ଶହ ନେତା ସେମାନଙ୍କର ତାକତ ଲଗାଇଥିଲେ ଓ ସାଂପ୍ରଦାୟିକ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲେ । ଆମେ କିନ୍ତୁ ପୂର୍ବ ପାଞ୍ଚବର୍ଷରେ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନକୁ ନେଇ ଯେଭଳି ଭାବରେ ଉଲ୍ଲେଖନୀୟ କାମ କରିଥିଲୁ, ତା ଉପରେ ଆମେ ଗୁରୁତ୍ୱ ଦେଇ ଲୋକଙ୍କୁ ବୁଝେଇଥିଲୁ । ଲୋକ ଦେଖିଥିଲେ ଆମ ପୂର୍ବ ପାଞ୍ଚ ବର୍ଷର କାମ, ସେଥିପାଇଁ ସେମାନେ ଆମ୍ ଆଦମୀକୁ ହିଁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବାକୁ ଚାହିଁଲେ । ସେମାନଙ୍କର ବିପୁଳ ସମର୍ଥନ ଆମକୁ ପୁଣି ପାଞ୍ଚବର୍ଷ କ୍ଷମତାରେ ରହିବାକୁ ଦେଲା ।

୪-ଅନେକ ଲୋକ ଆଲୋଚନା କରୁଛନ୍ତି କଂଗ୍ରେସ ନିଜର ସତ୍ତାକୁ ଆମ୍ ଆଦମୀରେ ବିଜେପି ଉପରେ ପ୍ରତିଶୋଧ ନେବାକୁ ମିଶେଇଦେଲା, ଏହା ପଛରେ ସତ୍ୟତା କଣ ?
ଉ-ଲୋକ ଆଜିକାଲି କେହି ନିର୍ବୁଦ୍ଧିଆ ନାହାନ୍ତି । ସେମାନଙ୍କର ବିଚାର କରିବାର କ୍ଷମତା ରହିଛି । ସେମାନେ ବି ବୁଝୁଛନ୍ତି ଭଲ କଣ, ମନ୍ଦ କଣ । କେଉଁ ସରକାର ଶାସନ କ୍ଷମତାରେ ରହିଲେ କି କାମ କରିପାରିବ, ତାହା ତର୍ଜମା କରିବାକୁ ସେମାନଙ୍କର ବିବେକ ଓ ଜ୍ଞାନ ମଧ୍ୟ ରହିଛି । ଗଣାତାନ୍ତ୍ରିକ ବ୍ୟବସ୍ଥାରେ କାହା କଥାରେ ଲକ୍ଷ ଲକ୍ଷ ଲୋକମାନେ ଭଳି ଯିବେ ବା ମତ ପରିବର୍ତ୍ତନ କରିଦେବେ ବୋଲି ଭାବୁଛନ୍ତି କି ? ଅଧିକ ଶିକ୍ଷିତ ଥିବା ଦିଲ୍ଲୀ ଭଳି ସ୍ଥାନରେ ଲୋକ କାହା କଥାରେ ଆଉ କାହାକୁ ଭୋଟ ଦେଇଦେବା ଜମା ଯୁକ୍ତିକର କଥା ନୁହେଁ । ବରଂ ଏଇଆ କହିହେବ, ଦିଲ୍ଲୀରେ ରାଜନୈତିକ ସଚେତନତା ଖୁବ୍ ଅଧିକ । ଏହା ପରାଜୟ ବରଣ କରିଥିବା ଦଳର ଅପପ୍ରଚାର ବ୍ୟତୀତ ଆଉ କିଛି ନୁହେଁ ।

୫-ଶାହୀନବାଗରେ ଚାଲିଥିବା ଧାରଣା ଓ ସିଏଏକୁ ନେଇ ଦିଲ୍ଲୀରେ ତେଜିଥିବା ଆନ୍ଦୋଳନ ପ୍ରତି ଆମ ଆଦମୀ ନିରବ କାହିଁକି? ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଆପ୍ର କର୍ତ୍ତବ୍ୟ ନୁହେଁ କି ?
ଉ-ଆଇନ କେନ୍ଦ୍ର ଆଣିଥିଲା, ତେଣୁ କେନ୍ଦ୍ର ଆନ୍ଦୋଳନକୁ ବନ୍ଦ କରିବାକୁ ଆଇନର ସଂସ୍କାର ଦରକାର କି ଦମନ କରିବାକୁ ଲ ଆଣ୍ଡ ଅର୍ଡର ଦରକାର, ତାହା ସେମାନେ କରିବା ଦରକାର । କାରଣ ସେମାନଙ୍କ ହାତରେ କ୍ଷମତା ରହିଛି । କିନ୍ତୁ ଆଜିଦିନ ଯାଏ ବି ସେମାନଙ୍କ ତରଫରୁ କୌଣସି ପ୍ରୟାସ କରାଯାଇନାହିଁ କି ଶାହୀନବାଗକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଦିନଟିଏ ବି ଯାଇନାହାନ୍ତି । ସେମାନେ ବରଂ ଏହି ଶାହୀନବାଗ ଓ ସିଏଏକୁ ଆଳ କରି ଇସ୍ୟୁ କରିବା ସହ ଫାଇଦା ନେବାକୁ ଚାହୁଁଛନ୍ତି । ଯେଉଁ ନାଗରିକତା ଆଇନ ଅଣାଗଲା, ସେଥିରେ କଣ ଭଲ କି ଖରାପ ରହିଛି, ତାହାର ତର୍ଜମା କରି ପରିବର୍ତ୍ତନ କରିବା ଦରକାର । ଯଦି ଲୋକଙ୍କ ଭଲ ପାଇଁ କରାଯାଇଥିବା ଆଇନକୁ ଲୋକେ ଗ୍ରହଣ କରୁନାହାନ୍ତି, ତାହେଲେ ସେହି ଆଇନର ସଂସ୍କାର ଅଣାଯିବା ଦରକାର । ଆମ୍ ଆଦମୀ ନିଜର କ୍ଷମତାନୁସାରେ ନିଜର କର୍ତ୍ତବ୍ୟ କରିଚାଲିବା ସହ କିଭଳି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସେ ଦିଗରେ ସବୁବେଳେ ଦୃଷ୍ଟି ଦେଇଆସିଛି ।

୬-ଶାହୀନବାଗ ଓ ସିଏଏକୁ ନେଇ ଆପ୍ର ଦୃଷ୍ଟିଭଙ୍ଗୀ କଣ ରହିବ?
ଉ-ବାବା ସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନର ମୂଳନୀତିକୁ ସିଏଏ ବିରୋଧ କରୁଥିବା କାରଣରୁ ଆମ୍ ଆଦମୀ ମୂଳରୁ ହିଁ ସିଏଏକୁ ବିରୋଧ କରିଆସିଛି । ଜାତିର ପିତା ମହାତ୍ମାଗାନ୍ଧୀ ଯେଉଁ ନୀତିଆଦର୍ଶରେ ଭାରତର ଭାତୃତ୍ୱ ଓ ଭାଇଚାରା ପ୍ରତିଷ୍ଠା କରିଥିଲେ, ଯେଉଁ ସଦ୍ଭାବନା ନେଇ କାମ କରିଥିଲେ, ସେହି ନୀତିର ବିରୋଧ ବି କରୁଛି ଏହି ନାଗରିକତା ସଂଶୋଧନ ଆଇନ । ଏଣୁ ଆମ୍ ଆଦମୀ ଏହି ଆଇନ ସହିତ ଜମାରୁ ଏକମତ ନୁହେଁ । ଆମ୍ ଆଦମୀ ଧର୍ମ, ସଂପ୍ରଦାୟକୁ ନେଇ ରାଜନୀତି କରିବାର ଲକ୍ଷ୍ୟ ରଖିନାହିଁ ବରଂ ଦେଶର ଜନତାଙ୍କ ସହ ସମଭାବାପନ୍ନ ଭାବରେ ସାଥ୍ ଦେବାକୁ ଅଣ୍ଟା ଭିଡ଼ିଛି । କଥାରେ ନୁହେଁ କାମରେ କରି ଦେଖାଇ ଦେଇ ପାରିଛି । ଲୋକଙ୍କର ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିକାଶର କଥା ସବୁବେଳେ ଭାବି ଆସିଛି ।

୭-ଆମ୍ ଆଦମୀର କାର୍ଯ୍ୟକୁ ଦେଖି ପୁଣି ଶାସନ କ୍ଷମତାକୁ ଜନସାଧାରଣ ଫେରାଇ ଆଣିଛନ୍ତି, ଆଗାମୀ ପାଞ୍ଚବର୍ଷର ଇସ୍ତାହାର କଣ ରଖିଛନ୍ତି?
ଉ- ଆଗାମୀ ପାଞ୍ଚବର୍ଷ ଦିଲ୍ଲୀର ପ୍ରଦୂଷଣ, ଟ୍ରାଫିକ୍ ପାଇଁ କାମ କରିବା ସହ ଯମୁନା ନଦୀର ସଫେଇ ପାଇଁ କାମ କରିବାକୁ ଲକ୍ଷ୍ୟ ରଖିଛୁ । ଦିଲ୍ଲୀରେ ବର୍ତ୍ତମାନ ଯେଭଳି ଭାବରେ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଇଛି, ତାହାକୁ ଆଖି ଆଗରେ ରଖି ବିଗତଦିନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଇଥିଲା । ଏହାକୁ ଆହୁରି ବ୍ୟାପକ କରି କିଭଳି ଭାବରେ ସ୍ଥାୟୀ ସମାଧାନ କରିହେବ, ତାହାର ବ୍ୟବସ୍ଥା କରାଯିବ । ଏତଦ୍ ବ୍ୟତୀତ ଯେଭଳି ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ଗମନାଗମନକୁ ଗୁରୁତ୍ୱ ଦେଇ ସଫଳତା ମିଳିଥିଲା, ତାହାକୁ ମଧ୍ୟ ଆହୁରି ଉନ୍ନତମାନର କରି ଲୋକଙ୍କ ସେବାରେ ଲଗାଇବୁ ବୋଲି ଲକ୍ଷ୍ୟ ରଖିଛୁ ।

୮- ବ୍ୟକ୍ତିଗତ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ସେମିତି କିଛି ପୂର୍ବ ଯୋଜନା ରଖିଥିଲେ କି ?
ଉ- ନା, ସେମିତି କିଛି ଲକ୍ଷ୍ୟ ରଖି ରାଜନୀତିକୁ ଆସିନାହିଁ । ଲୋକଙ୍କ ସେବା ବିଭିନ୍ନ ସଂଗଠନ ମାଧ୍ୟମରେ କରୁଥିଲି । ଲୋକଙ୍କ ଦାବି ନେଇ ଅନେକ ସମୟରେ ଆନ୍ଦୋଳନ ମଧ୍ୟ କରୁଥିଲି । ଯେତେବେଳେ ଲୋକଙ୍କର ଅଧିକ ସେବା କରିବାକୁ ମାଧ୍ୟମ ଦରକାର ପଡ଼ିଲା ଓ ୨୦୧୧ ପରେ କେଜିରିୱାଲଙ୍କ ସହ ମିଶି ଆମ ଆଦମୀ ଗଠନ କଲୁ, ସେତେବେଳେ ରାଜନୀତି ସହିତ ଜୀବନ ପୂର୍ଣ୍ଣକାଳୀନ ଭାବରେ ରହିଗଲା ।

୯-ଓଡ଼ିଶାରେ ଚାହିଁଥିଲେ ରାଜନୀତି କରି ପାରିଥାନ୍ତେ, କାହିଁକି ଚାହିଁଲେନି ?
ଉ-ଆବଶ୍ୟକତା ଦୃଷ୍ଟିରୁ ଦିଲ୍ଲୀରେ ସିନା ଆମ୍ ଆଦମୀ ନିର୍ବାଚନ ଲଢ଼ିଲା ଓ ଆଶାଜନକ ଭାବରେ ଜିତିଲା କିନ୍ତୁ ଓଡ଼ିଶା ସମେତ ସବୁ ରାଜ୍ୟରେ ଆମ୍ ଆଦମୀର ସଂଗଠନ ରହିଛି । ଆଗାମୀ ଦିନରେ ଆମ୍ ଆଦମୀ ସବୁ ରାଜ୍ୟରେ ସକ୍ରିୟ ରାଜନୀତିରେ ସାମିଲ ହେବ । ଓଡ଼ିଶାରେ ତ ଆମର କର୍ମକର୍ତ୍ତାମାନେ ପ୍ରତ୍ୟେକ୍ଷ ଭାବରେ ରାଜନୀତିରେ ସାମିଲ ଅଛନ୍ତି, ଆଗକୁ ଅଧିକ ସଂପ୍ରସାରଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

୧୦-ସମସ୍ତେ ଆଶା କରୁଥିଲେ ଆମ୍ ଆଦମୀ ଓଡ଼ିଶାରେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଦେବ କିନ୍ତୁ କାହିଁକି ପ୍ରାର୍ଥୀ ଦେଲେ ନାହିଁ ?
ଉ- ଆମେ ଦିଲ୍ଲୀ ନିର୍ବାଚନକୁ ଗୁରୁତ୍ୱ ଦେଇଥିଲୁ । ସେଥିପାଇଁ ଆମେ ଅନ୍ୟ ରାଜ୍ୟରେ ପ୍ରାର୍ଥୀ ଦେଇ ପାରି ନଥିଲୁ । ଦିଲ୍ଲୀ ନିର୍ବାଚନ ସରି ଯାଇଥିବାରୁ ଆମେ ସବୁ ରାଜ୍ୟରେ ପ୍ରାର୍ଥୀ ଦେବା କଥା ଚିନ୍ତା କରିଛୁ । ଓଡ଼ିଶାରେ ମଧ୍ୟ ଆଗକୁ ଆସୁଥିବା ମୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛୁ ।

୧୧-ଦିଲ୍ଲୀ ପରେ ଅନ୍ୟରାଜ୍ୟରେ ପ୍ରଭାବ ବିସ୍ତାର ପାଇଁ କିଭଳି ଭାବରେ ରାଜନୈତିକ ରଣକୌଶଳ ନେଇଛନ୍ତି ?
ଉ- ଆମେ ଦିଲ୍ଲୀ ମଡ଼େଲକୁ ସବୁଆଡ଼େ ପ୍ରୟୋଗ କରିବାକୁ ଚାହୁଁଛୁ । ଦିଲ୍ଲୀରେ ଯେମିତି ବିକାଶକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଲୋକଙ୍କୁ ସହଜ ଓ ସୁବିଧାରେ ପାଣି, ବିଜୁଳି, ଶିକ୍ଷା ଆଦିକୁ ଉପଲବ୍ଧ କରାଇ ପାରିଛୁ, ଅନ୍ୟ ରାଜ୍ୟରେ ମଧ୍ୟ ସେମିତି ମଡ଼େଲ ତିଆରି କରିବାର ଲକ୍ଷ୍ୟ ନେଇଛୁ । ଲୋକଙ୍କ ନିକଟତର ହେବାକୁ ହେଲେ ଲୋକଙ୍କ ସୁଖଦୁଃଖରେ ରହିବାକୁ ପଡ଼ିବ। ସେମାନଙ୍କର ଥିବା ସମସ୍ୟାକୁ ସମାଧାନ କରିବାକୁ ହେବ । କ୍ଷମତା ନୁହେଁ ସେବାକୁ ହିଁ ଗୁରୁତ୍ୱ ଦେବାକୁ ପଡ଼ିବ । ଯଦି ଜନ ପ୍ରତିନିଧିଟିଏ ଲୋକଙ୍କ ପାଦ ସହିତ ପାଦ ମିଳାଇ ଚାଲିପାରିଲା ନାହିଁ କି ଲୋକଙ୍କ ଅସୁବିଧା ସମୟରେ ଛିଡ଼ା ହୋଇପାରିଲା ନାହିଁ , ତାହେଲେ ଲୋକମାନେ ଯେଉଁଥି ପାଇଁ ଜନପ୍ରତିନିଧି ବାଛିଥିଲେ, ତାହାର ଲାଭ କଣ ରହିଲା । ସେଥିପାଇଁ ଆମେ ଦିଲ୍ଲୀ ଭଳି ଅନ୍ୟରାଜ୍ୟରେ ଲୋକଙ୍କ ସମସ୍ୟା ଓ ଏହାର ସମାଧାନକୁ ଆଖି ଆଗରେ ରଖି ରାଜନୈତିକ ମୈଦାନକୁ ଓହ୍ଲାଇବୁ।

୧୨-ଆଗାମୀ ନିର୍ବାଚନରେ ପଞ୍ଚାୟତ ସ୍ତରରୁ ପୁଣି ଲୋକସଭା ଯାଏଁ ଓଡ଼ିଶାରେ ପ୍ରାର୍ଥୀ ଦେବାକୁ ଆମ୍ ଆଦମୀ ସ୍ଥିର କରିବ କି ?
ଉ-ସେ ବାବଦରେ ଏବେ କିଛି କହିବାର ସମୟ ଆସିନାହିଁ । ଆମେ ପ୍ରଥମେ ମୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀଦେବାକୁ ସ୍ଥିର କରିଛୁ । ପରେ ସେ ବାବଦରେ କାର୍ଯ୍ୟପନ୍ଥା ସ୍ଥିର କରିବୁ ।

୧୩-ଓଡ଼ିଶାରେ ଆମ ଆଦମୀର ବିସ୍ତାର କରିବାକୁ କିଭଳି ସବୁ ପଦକ୍ଷେପ ନେଇଛି?
ଉ-ଆମେ ଏବେ ସଭ୍ୟ ସଂଗ୍ରହ କରିବା କାମରେ ଲାଗିଛୁ । ୨ଲକ୍ଷ ଭଲ ସଭ୍ୟଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ବୁଥ୍ ସ୍ତରରୁ ସଚେତନତା ସୃଷ୍ଟି କରି ଲୋକଙ୍କୁ ଆମ୍ ଆଦମୀରେ ସାମିଲ କରାଇବାର ପ୍ରୟାସ ଜାରି ହୋଇଛି । ଭଲ ଭାବରେ ସଂଗଠନକୁ ମଜଭୁତ କରିବାକୁ ମଧ୍ୟ ଚେଷ୍ଟା ଜାରି ରହିଛି । ଆଗାମୀ ଦିନରେ ଓଡ଼ିଶାରେ ଆମ୍ ଆଦମୀ ନିଶ୍ଚିତ ଭାବରେ ଶୃଙ୍ଖଳିତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ।

୧୪-ଓଡ଼ିଶାରେ ଆମ୍ ଆଦମୀ କାହିଁକି ମୁଣ୍ଡ ଟେକି ପାରୁନାହିଁ ?
ଉ-ଆମର ଓଡ଼ିଶାରେ ସଂଗଠନ ଅଛି, କାର୍ଯ୍ୟକର୍ତ୍ତା ରହିଛନ୍ତି । ଏମିତି ବି ପ୍ରତ୍ୟେକ ଜିଲ୍ଲାରେ ଆମର କମିଟି ରହିଛି । ଦିଲ୍ଲୀ ନିର୍ବାଚନ ପାଇଁ ସେତେଟା ଫୋକସ୍ ଦେଇ ହୋଇ ନଥିଲା, ଆମେ ଏବେ ତାହାକୁ ଗୁରୁତ୍ୱ ଦେଉଛୁ ।

୧୫-ଆମ୍ ଆଦମୀ ଯେଭଳି ଭାବରେ ସଂଖ୍ୟା ଗରିଷ୍ଠତା ପାଇଲା, କେନ୍ଦ୍ରଶାସିତ ନହୋଇ ରାଜ୍ୟ ହୋଇଥିଲେ ଅଧିକ କାମ କରିପାରିଥାନ୍ତେ କି ?
ଉ-ନିଶ୍ଚିତ ଭାବରେ ବହୁତ ଅଧିକ କାମ କରିପାରିଥାନ୍ତୁ । ଆମ ପାଖରେ ଲ ଆଣ୍ଡ ଅର୍ଡ଼ର ନାହିଁ, ଭିତ୍ତିଭୂମି ନାହିଁ, ଏମିତି ଅନେକ କିଛି ରହିଛି, ଯାହା କେନ୍ଦ୍ର ହାତରେ ରହିଛି । ସେଥିପାଇଁ ଆମେ ଯେତିକି ପାରିବା କଥା ସେତିକି ପାରୁନାହୁଁ ।

୧୬-ପ୍ରଥମେ ଯେତେବେଳେ ଆମ୍ ଆଦମୀ ଆସିଥିଲା, ସବୁ ଭାବୁଥିଲେ ଶିକ୍ଷିତ ଲୋକମାନେ କେବଳ ସାମିଲ ହୋଇପାରିବେ, କିନ୍ତୁ ଏଥିରେ ଫଳାଫଳ ନିଶ୍ଚିତ କରିଦେଲା ଯେ ସବୁବର୍ଗର ଲୋକମାନେ ଆପ୍କୁ ସମର୍ଥନ କରିଛନ୍ତି । କିଭଳି ସମ୍ଭବ ହୋଇପାରିଲା ?
ଉ-ଆମେ କାମକୁ ସବୁବେଳେ ବିଶ୍ୱାସ କରୁ, ଯେଉଁଥିପାଇଁ ସବୁବର୍ଗର ଲୋକେ ପସନ୍ଦ କଲେ ।

୧୭-ରାଜନୈତିକ ଦଳଟିଏ ଚଳାଇବାକୁ ଅନେକ ଅର୍ଥ ଆବଶ୍ୟକ ପଡ଼େ, ଏହାକୁ କିଭଳି ବିଶ୍ୱାସ କରିବେ?
ଉ-ବଡ଼କଥା ହେଲା ଯଦି ସଂଗଠନଟିଏ ଭଲ ଉଦ୍ଦେଶ୍ୟ ନେଇ କାମ କରେ ସେତେବେଳେ ବହୁଳ ଅର୍ଥର ଆବଶ୍ୟକତା ପଡ଼େ ନାହିଁ । ଆମେ ୩ଟି ନିର୍ବାଚନକୁ କୃତିତ୍ୱର ସହ ଅତିକ୍ରମ କରିଆସିଛୁ । ଲୋକେ ଭୋଟ ଦେଇଛନ୍ତି, ଅନୁଦାନ ବି ଦେଇଛନ୍ତି । ତେଣୁ ଭଲ ଲକ୍ଷ୍ୟ ରଖିଥିବା ଦଳଟିଏ ପାଇଁ ଅର୍ଥ ଆବଶ୍ୟକ ଅଛି କିନ୍ତୁ ବହୁଳ ଭାବରେ ନୁହେଁ ।

୧୮- ଅଣକଂଗ୍ରେସ ଦଳ ହିସାବରେ ଆମ୍ ଆଦମୀ ନିଜ ସାମର୍ଥ୍ୟ ଅନୁସାରେ ନିର୍ବାଚନ ଲଢ଼ିଛି, ଯଦି କୌଣସି ଜାତୀୟ ଦଳ ସମର୍ଥନ ଦେବା ପାଇଁ କୁହେ, ଦେବେ କି ?
ଉ-ନା, ଆମେ କାହାକୁ ସମର୍ଥନ ଦେବୁ ନାହିଁ । ଆମେ ମେଣ୍ଟରେ ବିଶ୍ୱାସ ରଖୁନା । ନିଜେ କିଭଳି ଅନ୍ୟ ଦଳ ତୁଳନାରେ ନିଜକୁ ଆଦର୍ଶ କରି ଗଢ଼ିପାରିବୁ, ସେହି ବିଶ୍ୱାସ ନେଇ ବାଟ ଚାଲୁ ।