ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ, ବିଏମସି ପକ୍ଷରୁ ଡ୍ରୋନ ଯୋଗେ ଅଞ୍ଚଳ ଗୁଡ଼ିକୁ ସାନିଟାଇଜ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ଵରର ପଳାଶୁଣି ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ବିଶୋଧନ କରାଯାଇଛି।
ସୂଚନା ଅନୁଯାୟୀ, ସ୍ମାର୍ଟ ସିଟିରେ ଡ୍ରୋନ୍ ସାହାଯ୍ୟରେ ବିଶୋଧନ କରିବା ପ୍ରକ୍ରିୟା ଏକ ସପ୍ତାହ ଯାଏଁ ଜାରି ରହିବ। ଏହି ପ୍ରକ୍ରିୟା ଗତକାଲି ରାତ୍ରି ୯ଟାରୁ ଆରମ୍ଭ ହୋଇ ମେ ମାସ ୫ ତାରିଖ ଯାଏଁ ଚାଲିବ। ଭୁବନେଶ୍ଵର ମହାନଗର ନିଗମ ଏବଂ ସ୍ମାଟସିଟି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ୨ଟି ଡ୍ରୋନ୍ ସାହାଯ୍ୟରେ ପ୍ରତିଦିନ ରାତ୍ରି ସମୟରେ ସିଞ୍ଚନ କରାଯିବ। ଏହି ଡ୍ରୋନ ଗୋଟିଏ ବ୍ୟାଟେରୀର ଉପଯୋଗରେ ୨୫ ମିନିଟ୍ ଉଡିପାରିବ। ୧.୫ କିମି ଯାଏଁ ୭.୫ ଲିଟର ବିଶୋଧନ ସିଞ୍ଚନ କରିପାରିବ।
