ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋରୋନା ରୋଗୀ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି। ଦେଶରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର୍ କଲାଣି। ସ୍ଵାସ୍ଥ୍ୟ ବିଭାଗର ଆକଳନ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୭୪ ନୂଆ ମାମଲା ସାମ୍ନାକୁ ଆସିଛି। ଏବେ ଦେଶରେ ସମୁଦାୟ ରୋଗୀ ସଂଖ୍ୟା ୩୧ ହଜାର ୩୩୨ ରହିଛି। ସେପଟେ ଏହି ମହାମାରୀରେ ଏଯାଏଁ ୧୦୦୭ ଜଣ ମୃତ୍ୟୁବରଣ କଲେଣି। ୭ ହଜାରରୁ ଅଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।
ତେବେ ଦେଖିବାକୁ ଗଲେ ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୯ ହଜାର ୩୧୮ ରହିଛି। କେବଳ ମୁମ୍ବାଇରେ ୬ ହଜାର ୧୬୯ ଜଣ ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୪୪ ଜଣଙ୍କର ମୃତ୍ୟୁ ଘଟିଲାଣି। ଏପରିକି ମହାରାଷ୍ଟ୍ରରେ ୧୧୨ ପୁଲିସକର୍ମୀ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ଘଟିଛି।