Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସଲମାନ କହିଲେ, ‘ଭଗବାନଙ୍କ ଇଚ୍ଛା’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସଲମାନ କହିଲେ, ‘ଭଗବାନଙ୍କ ଇଚ୍ଛା’

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଅଭିନେତା ସଲମାନ କହିଛନ୍ତି, ‘ଭଗବାନଙ୍କ ଇଚ୍ଛା’। ତେବେ କେଉଁ ବିଷୟକୁ ନେଇ ସଲମାନ ଏଭଳି କହିଛନ୍ତି, ଜାଣିବା ଆସନ୍ତୁ। ଆପଣ ତ ଜାଣନ୍ତି, ସୁପରଷ୍ଟାର ସଲମାନ ଖାନଙ୍କୁ ନେଇ ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲି ଏକ ଫିଲ୍ମ ନିର୍ମାଣର ପରିକଳ୍ପନା କରିଥିଲେ। ଏ ଫିଲ୍ମର ନାଁ ଥିଲା ‘ଇନସାଆଲ୍ଲା’। ଏଥିରେ ସଲମାନଙ୍କ ହିରୋଇନ ଭାବେ ଦେଖିବାକୁ ମିଳିଥାନ୍ତେ ଆଲିଆ ଭଟ୍ଟ। ମାତ୍ର ଆରମ୍ଭ ହେବା ପୂର୍ବରୁ ଏ ଫିଲ୍ମଟି ବନ୍ଦ ହୋଇଗଲା।

ଏହା ପଛର ପ୍ରକୃତ କାରଣ କ’ଣ ତାହା ଜଣା ପଡ଼ିନାହିଁ। ଯଦିଓ ଏ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିଲେ ସଞ୍ଜୟ ଓ ସୁଟିଂ ଆରମ୍ଭ ପାଇଁ ସମସ୍ତ ବନ୍ଦୋବସ୍ତ କରିସାରିଥିଲେ। ଇଦ ୨୦୨୦ରେ ଏ ଫିଲ୍ମଟି ରିଲିଜ ହୋଇଥାନ୍ତା। କେହି କେହି କହନ୍ତି, ଫିଲ୍ମର ଏକ ଦୃଶ୍ୟରେ ସଲମାନ ଆଲିଆଙ୍କୁ କିସ ଦେବାର ଦୃଶ୍ୟ ଚିତ୍ରାୟିତ ହୋଇଥାନ୍ତା। ମାତ୍ର ଏଥିରେ ସଲମାନ ରାଜି ନଥିଲେ। ଏହା ଜଣାଶୁଣା ଯେ, ସଲମାନ ତାଙ୍କ ହିରୋଇନମାନଙ୍କୁ କିସ ଦେବାକୁ ପସନ୍ଦ କରିନଥାନ୍ତି। ଏ ଫିଲ୍ମ ନ ହେବା ପରେ ସଲମାନ-ସଞ୍ଜୟଙ୍କ ସମ୍ପର୍କ ଓ ଆଗକୁ ଦୁହେଁ ଏକାଠି ଫିଲ୍ମ କରିବେ କି ନାହିଁ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ତେବେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସଲମାନ। ସେ କହିଛନ୍ତି, ସଞ୍ଜୟ ତାଙ୍କର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଏବଂ ସର୍ବଦା ରହିବେ। ଆଜି ବି ତାଙ୍କ ସହିତ ଭଲ ସମ୍ପର୍କ ରହିଛି। ଅସଲରେ ‘ଇନସାଆଲ୍ଲା’ର ଅର୍ଥ ହେଉଛି ‘ଭଗବାନଙ୍କ ଇଚ୍ଛା’। ଏ ଫିଲ୍ମ ହେବା ପାଇଁ ବୋଧହୁଏ ଭଗବାନଙ୍କର ଇଚ୍ଛା ନଥିଲା। ତେଣୁ ଆରମ୍ଭ ପୂର୍ବରୁ ବନ୍ଦ ହୋଇଗଲା।