ସୋସିଆଲ ମିଡିଆରେ ସମାଲୋଚିତ ହେଲେ ଅକ୍ଷୟ

ଭୁବନେଶର, ଏନ୍ଏନ୍ଏସ୍ : ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ନିକଟରେ ଅକ୍ଷୟଙ୍କ ଅଭିନୀତ ପ୍ରଥମ ମ୍ୟୁଜିକ ଭିଡିଓର ଫଟୋ ଆସିଛି, ଯେଉଁଥିରେ ଅକ୍ଷୟ କୃତି ସାନନଙ୍କ ଭଉଣୀ ନୂପୁରଙ୍କ ସହିତ ଦେଖିବାକୁ ମିଳିଛନ୍ତି। ଫଟୋରେ ଅକ୍ଷୟ ନୂପୁରଙ୍କ ଦୁପଟ୍ଟା ଉପରେ ବସିଛନ୍ତି। ଏହି କାରଣରୁ ଅକ୍ଷୟଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଅଭିନେତ୍ରୀ କୃତିଙ୍କ ଭଉଣୀ ନୂପୁରଙ୍କ ସହ ପ୍ରଥମ ମ୍ୟୁଜିକ ଭିଡିଓ ରିଲିଜ କରିବାକୁ ଯାଉଛନ୍ତି ଅକ୍ଷୟ। ଯଦିଓ ମ୍ୟୁଜିକ ଭିଡିଓ ବାବଦରେ ବିଶେଷ କିଛି କୁହାଯାଇନାହିଁ, ତେବେ ସେ ସମ୍ବନ୍ଧିତ ଏକ ଫଟୋକୁ ନେଇ ଚର୍ଚ୍ଚା ଚାଲିଛି।

ଏହି ଫଟୋରେ ଅକ୍ଷୟ କୋ-ଷ୍ଟାର ନୂପୁରଙ୍କ ସହିତ ତାଙ୍କ ଦୁପଟ୍ଟା ଉପରେ ବସିଛନ୍ତି। ସମ୍ଭବତଃ ନିଜର ପ୍ୟାଣ୍ଟ ମଇଳା ନ ହେବା ପାଇଁ ଏହି ଉପାୟ ଆପଣେଇଛନ୍ତି ଅକ୍ଷୟ। ମାତ୍ର ଅକ୍ଷୟଙ୍କ ଏହି ଅନ୍ଦାଜକୁ ପସନ୍ଦ କରିନାହାନ୍ତି ସୋସିଆଲ ମିଡିଆ ୟୁଜର। ଜଣେ ଲେଖିଛନ୍ତି – ‘ଅକ୍ଷୟ କୁମାର ନିଜକୁ ବହୁତ ଇମ୍ପୋର୍ଟାଣ୍ଟ ଭାବୁଥିବାରୁ ଜଣେ ଝିଅର ଦୁପଟ୍ଟା ଉପରେ ବସିଛନ୍ତି। ଏହା କ’ଣ ଜଣେ ଝିଅକୁ ସମ୍ମାନ ଦେବାର ତରିକା? ତାଙ୍କୁ ଲାଜ ଲାଗିବା ଉଚିତ।’ ଆଉ କେହି କେହି ଲେଖିଛନ୍ତି – ‘ସେ ଝିଅ କାହିଁକି ଆପତ୍ତି କରୁନାହିଁ। ଅକ୍ଷୟ ତାଙ୍କ ଦୁପଟ୍ଟା ଉପରେ ବସିିଥିବାରୁ ତାଙ୍କର ଗୁରୁତ୍ୱ ବଢ଼ିଗଲା ବୋଲି ସେ ଚିନ୍ତା କରୁଥାଇପାରନ୍ତି।’ ଅକ୍ଷୟଙ୍କ ଏହି ପ୍ରଥମ ମ୍ୟୁଜିକ ଭିଡିଓରେ ନୂପୁରଙ୍କ ସହିତ ଜଣାଶୁଣା ପଞ୍ଜାବୀ ଗାୟକ ୱି ପ୍ରାକ ଗାଇଛନ୍ତି। ପ୍ରାକ ଏହା ପୂର୍ବରୁ ଅକ୍ଷୟଙ୍କ ‘କେଶରୀ’ ଫିଲ୍ମର ହିଟ ଗୀତ ‘ତେରି ମିଟ୍ଟି…’ ଗାଇଥିଲେ।