ବଦଳିଲା ସଲମାନଙ୍କ ଫିଲ୍ମର ରିଲିଜ ତାରିଖ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଫିଲ୍ମର ରିଲିଜ ତାରିଖ ପୁଣିଥରେ ବଦଳିଛି । ଆଜ୍ଞା ହଁ, ଆସନ୍ତା ବର୍ଷ ଇଦ ଅର୍ଥାତ ଏପ୍ରିଲ ୨୧ ତାରିଖରେ ଫିଲ୍ମଟି ରିଲିଜ ହେବ । ଏନେଇ ନିଜେ ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ପୋଷ୍ଟର ସହ ସୂଚନା ପ୍ରଦାନ କରିଛନ୍ତି । ଏହି ଫିଲ୍ମଟି ପୂର୍ବରୁ ଚଳିତ ବର୍ଷ ଡିସେମ୍ବର ୩୦ରେ ରିଲିଜ ହେବାର ଥିଲା । ଏଥିରେ ସଲମାନଙ୍କ ବିପକ୍ଷରେ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ, ସଲମାନ ଖାନଙ୍କ ‘ଟାଇଗର ୩’ ମଧ୍ୟ ଆସନ୍ତା ବର୍ଷ ଦୀପାବଳି ଅର୍ଥାତ ନଭେମ୍ବର ୧୨ରେ ରିଲିଜ ହେବ ।