Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରେଳବାଇ କର୍ମଚାରୀଙ୍କ ସୁରକ୍ଷା ପ୍ରତି ରେଳ ବିଭାଗର ତତ୍ପରତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରେଳବାଇ କର୍ମଚାରୀଙ୍କ ସୁରକ୍ଷା ପ୍ରତି ରେଳ ବିଭାଗର ତତ୍ପରତା

କାର୍ୟ୍ୟସ୍ଥଳରେ ବ୍ୟକ୍ତିଗତ ସୁରକ୍ଷା ପ୍ରତି ସାବଧାନତା ରହିବାକୁ ପୂର୍ବତଟ ରେଳପଥ ପକ୍ଷରୁ କର୍ମଚାରୀମାନଙ୍କୁ ଉପଦେଶ ଦିଆଯାଇଛି। କାର୍ୟ୍ୟ କ୍ଷେତ୍ରରେ ସୁରକ୍ଷା ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ କର୍ମଚାରୀମାନଙ୍କ ପାଇଁ ଏକମାସ ପର୍ୟ୍ୟନ୍ତ ସଚେତନତା କାର୍ୟ୍ୟକ୍ରମ କରାଯିବ। ଏହି ସମୟରେ କର୍ମଚାରୀମାନଙ୍କ ଅଧିକ ସତର୍କତା ଅବଲମ୍ବନ କରିବାକୁ ରେଳମଣ୍ଡଳଗୁଡିକୁ ନିର୍ଦେଶ ଦିଆଯାଇଛି।

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟ ଯଥା ଟ୍ରାକ ନବୀକରଣ; ରେଳଧାରଣା ଠାରେ ଉପମାର୍ଗ, ରେଳଧାରଣା ଉପରେ ଏବଂ ତଳେ ବ୍ରିଜ ନିର୍ମାଣ କରିବା; ଷ୍ଟେସନମାନଙ୍କରେ ଫୁଟ ଓଭରବ୍ରିଜ ନିର୍ମାଣ; ଆଧୁନିକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା; ରେଳଧାରଣାରେ ଇଣ୍ଟରଲକିଙ୍ଗ କାର୍ୟ୍ୟ ସମ୍ପାଦନ କରାଯାଉଥିବା ଯୋଗୁଁ ଦୁର୍ଘଟଣା କମୁଥିବା ସହ ସୁରକ୍ଷାର ମାନ ମଧ୍ୟ ବୃଦ୍ଧି ଘଟିଛି ଓ ରେଳବାଇ କର୍ମଚାରୀମାନଙ୍କର କଠିନ ପରିଶ୍ରମ ଓ କାର୍ୟ୍ୟକାରିତାର ମାନସିକତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ଓ ଏଣୁ କର୍ମ କ୍ଷେତ୍ରରେ କର୍ମଚାରୀମାନଙ୍କୁ ଦୁର୍ଘଟଣାକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ଏହାର କର୍ମଚାରୀମାନଙ୍କୁ ସତର୍କତା କରାଇବା ସହିତ ସୁରକ୍ଷା ନିୟମକୁ କଡ଼ାକଡ଼ିଭାବେ ପାଳନ କରିବା ପ୍ରତି ସଚେତନତା କାର୍ୟ୍ୟକ୍ରମ ହାତକୁ ନେଇଛି। ଏହା ସହିତ ରେଳବାଇ କାର୍ୟ୍ୟ ସ୍ଥଳରେ ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି।

କାର୍ୟ୍ୟସ୍ଥଳରେ କର୍ତ୍ତବ୍ୟ ପାଳନ ପାଇଁ ଛୋଟଛୋଟ ଅସାବଧାନତା ପାଇଁ ରେଳବାଇ କର୍ମଚାରୀମାନଙ୍କର ମୃତ୍ୟୁଘଟିବା ରେଳବାଇ ନଜରକୁ ଆସୁଛି ଓ ତେଣୁ ପୂର୍ବତଟ ରେଳପଥ କର୍ମକ୍ଷେତ୍ରରେ ଏହାର କର୍ମଚାରୀଙ୍କ ଏପରି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ଘଟଣାଭାବେ ଗ୍ରହଣ କରି କିପରି ସେମାନଙ୍କର ମୂଲ୍ୟବାନ ଜୀବନକୁ ସୁରକ୍ଷା ଦିଆଯାଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛି ଓ ରେଳ ଟ୍ରାକରେ କାର୍ୟ୍ୟକରୁଥିବା କର୍ମଚାରୀ, ମରାମତି ବିଭାଗ, ଟ୍ରେନ ଇଞ୍ଜିନ କିମ୍ବା ବଗିକୁ ସାଣ୍ଟିଙ୍ଗ କରିବା ସମୟରେ ଅଥବା ଅନ୍ୟ ସଂରକ୍ଷା ସମ୍ବନ୍ଧୀୟ କାର୍ୟ୍ୟ କରୁଥିବା ସମୟରେ କର୍ମଚାରୀ ମାନେ ସେମାନଙ୍କର ନିଜର ସୁରକ୍ଷାକୁ ଦ୍ବିଗୁଣିତ କରିବାକୁ ପରାମର୍ଶ ଦିଆଯାଇଅଛି ଓ କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୁରକ୍ଷା ପାଇଁ ରେଳପଥ ସେପ୍ଟେମ୍ବର ମାସ ୨୫ ତାରିଖ ଠାରୁ ଅକ୍ଟୋବର ମାସ ୨୪ ତାରିଖ ପର୍ୟ୍ୟନ୍ତ ମାସେ ବ୍ୟାପି କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ଜାରି ରଖିଛି।

ଏହି ସଚେତନତା କାର୍ୟ୍ୟକ୍ରମ ସମୟରେ ପୂର୍ବତଟ ରେଳପଥ କର୍ମଚାରୀମାନଙ୍କର ବ୍ୟକ୍ତିଗତ ସଂରକ୍ଷା ପ୍ରତି ଏହାର ଟ୍ରେନ ପରିଚାଳନା ବିଭାଗ, ସାଙ୍କେତିକ ଓ ଟେଲି ଯୋଗାଯୋଗ ବିଭାଗ, ସିଭିଲ ଇଂଜିନିୟରିଂ ବିଭାଗ, ମେକାନିକାଲ ବିଭାଗ, ଇଲେକ୍ଟ୍ରିକାଲ ବିଭାଗ ସହିତ ଲୋକୋ ସେଡ କର୍ମଚାରୀମାନଙ୍କୁ ଆଦେଶନାମା ଜାରିକରିଛି। ସେଗୁଡିକ ହେଲା ଟ୍ରେନ ସୁରକ୍ଷା ସମ୍ବନ୍ଧୀୟ କର୍ମଚାରୀମାନେ କାର୍ୟ୍ୟକ୍ଷେତ୍ରକୁ ଆସିବା ପୂର୍ବରୁ ଭଲଭାବେ ବିଶ୍ରାମ ନେବା ଦରକାର, ସଂକେତ ଆଦାନ ପ୍ରଦାନ ସମୟରେ ଗତିଶୀଳ ଟ୍ରେନ ଠାରୁ ସଠିକ ବ୍ୟବଧାନ ରଖିବା ସହିତ ଟ୍ରେନ ଇଞ୍ଜିନ ଓ ବଗିକୁ ଯୋଡିବା ସମୟରେ ସଠିକ ଦୂରତ୍ୱ ଅବଲମ୍ବନ କରିବା ଏବଂ ସୁରକ୍ଷା ନିୟମକୁ କଡାକଡି ପାଳନ କରିବା, ସଂକେତ ଆଦାନ ପ୍ରଦାନ ସମୟରେ ଟ୍ରାକ ଉପରେ ଛିଡା ନହେବା, ଆଇସୋଲେଟର କାର୍ୟ୍ୟକାରୀ କରିବା ସମୟରେ ଜୋତା ସହିତ ଗ୍ଲୋବ ପରିଧାନ କରିବା, ସିଗ୍ନାଲ ବକ୍ସପାଖକୁ ଯିବାବେଳେ ରାତିରେ ଟର୍ଚ୍ଚ ଲାଇଟ ସାଥିରେ ନେବା, ସିଗ୍ନାଲ ବକ୍ସପାଖରୁ ବୁଦା, ଘାସ ଇତ୍ୟାଦିର ପ୍ରତିବନ୍ଧକୁ ଦୂରକରିବା, ସାପକାମୁଡାରୁ ରକ୍ଷା ପାଇବାପାଇଁ ରେଳଧାରଣାରୁ ଛୋଟ ଛୋଟ ଅନାବନା ଘାସ ସଫା କରିବା ଇତ୍ୟାଦି ଓ ଏହା ସହିତ ଖସଡ଼ା ସ୍ଥାନ, ଲୁବ୍ରିକଣ୍ଟ ଓ ତୈଳଜାତୀୟ ପଦାର୍ଥ ପଡିଥିବା ସ୍ଥାନମାନଙ୍କ ପ୍ରତି ବିଶେଷ ଧ୍ୟାନଦେବାକୁ ମଧ୍ୟ କୁହାଯାଇଛି।