ରୁଚି ଉଦ୍ୟୋଗ”ରେ ସାଧାରଣତନ୍ତ୍ର ଦିବସ ପାଳନ

କଟକ, ଏନ୍ଏନ୍ଏସ୍: କଟକ ମଧୁପାଟଣାସ୍ଥିତ ଶିଳ୍ପାଞ୍ଚଳରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ପବିତ୍ର ଦିବସରେ ଜାତୀୟ ପତାକା ଉତ୍ତୋନ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୁଚିର ମୁଖ୍ୟ କାର୍ଯ୍ୟାଳୟ ତଥା ମସଲା ଡ଼ିଭିଜନ ପରିସରରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଅରବିନ୍ଦ ସାହୁ ଯୋଗଦେଇ ଥିଲେ। ସମ୍ମାନିତ ଅତିଥିଭାବେ ନିର୍ଦ୍ଦେଶିକା ସଲିନା ସାହୁ ଯୋଗ ଦେଇ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ରୁଚି ପାସ୍ତା ଭିଲେଜ ପରିସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ଼. ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ନିର୍ଦ୍ଦେଶିକା ସଙ୍ଗିତା ସାହୁ ଏବଂ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ।

କୋଭିଡ଼ ନିୟମାବଳୀ ଅନୁସାରେ ଚଳିତବର୍ଷର ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଭିଡ଼ ମହାମାରୀ ସମୟରେ ରୁଚିର ପ୍ରତ୍ୟେକ ବିଭାଗୀୟ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶାବାସୀଙ୍କ ପାଖରେ ଖାଦ୍ୟ ଓ ମସଲା ପହଞ୍ଚାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ପରିଚାଳନା ନିର୍ଦ୍ଦେଶକ। ଏତଦ୍ ବ୍ୟତୀତ ସମସ୍ତେ ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଚଳିତବର୍ଷ ରୁଚି ପରିବାର ପକ୍ଷରୁ ତିନିଜଣ ପୂର୍ବତନ ସେନାନୀ (ଏକ୍ସ ଆର୍ମି) ମାନଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୁବେଦାର ମେଜର ଅଜୟ କୁମାର ପ୍ରଧାନ, ସବ୍ ମେଜର ଦୀପକ ବେହେରା ଏବଂ ନାଏକ ମାନସ ରଞ୍ଜନ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଦେଶର ଯବାନ ଓ କିଷାନମାନଙ୍କୁ ଏହିଭଳି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରିଥିଲେ ନିର୍ଦ୍ଦେଶକ ଅରବିନ୍ଦ ସାହୁ। ଉଭୟ ଭାରତ ମାଆ ଓ ରୁଚି ମାଆର ସେବା କରିବା ସହ ଅନେକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ ନିର୍ଦ୍ଦେଶିକା ସଲିନା ସାହୁ। ଅନୁଷ୍ଠିତ ମାର୍ଚ୍ଚ ଫାଷ୍ଟରେ ରୁଚିର ସମସ୍ତ ସୁରକ୍ଷା କର୍ମୀ ଭାଗ ନେଇଥିଲେ।
ଆଜିର କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ଉପସ୍ଥାପନା କରିଥିବା ବେଳେ ରୁଚିର ବରିଷ୍ଠ ସୂଚନା ଅଧିକାରୀ ଡ଼. ନିହାର ରଞ୍ଜନ ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରୁଚି ଉଦ୍ୟୋଗର ମାର୍କେଟିଂ ବିଭାଗର ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ବିଜିନେସ୍ ଡ଼େଭେଲପମେଣ୍ଟ ଲଅଫିସର ମାନସ ରଞ୍ଜନ ବେହେରା, ଲକ୍ଷ୍ମୀଧର ବିଶ୍ୱାଳ, ସୂର୍ଯ୍ୟକାନ୍ତ ସାହୁ, ନବକୃଷ୍ଣ ଦାସ ଅଧିକାରୀ ପ୍ରମୁଖ ପରିଚାଳନା କରିଥିଲେ।