ଆଦିବାସୀ ମେଳା ଆରମ୍ଭ, ସନ୍ଧ୍ୟା ୭ଟ ପରେ କିଣାବିକା ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍:  ରାଜଧାନୀର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଜନଜାତି ଜୀବନର ମହାକୁମ୍ଭ ରୂପେ ପରିଚିତ ଆଦିବାସୀ ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେସିଂ ମାଧ୍ୟମରେ ଏହି ମେଳାକୁ ଉଦଘାଟନ କରିଥିଲେ। ମେଳା ପରିଦର୍ଶନର ସମୟ ଦିନ ୧୧ଟରୁ ସନ୍ଧ୍ୟା ୭ଟା ରହିଛି । ତେବେ ଭର୍ଚୁଆଲ ମାଧ୍ୟମରେ ଦେଶ ବିଦେଶରେ ଜନଜାତି ବର୍ଗଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରିର ବ୍ୟବସ୍ଥା ହୋଇଛି। ଏହି ସବୁ ମୌଳିକ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରିଛନ୍ତି। ଅନେକ ସରକାରୀ ଷ୍ଟଲରେ ଦର୍ଶକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ସଙ୍ଗେ ସଙ୍ଗେ ଫଟୋଚିତ୍ର ସ୍ଥାନ ପାଇଛି। ତେବେ କରୋନା ଜନିତ କଟକଣା ଦୃଷ୍ଟିରୁ ସାମାଜିକ ଦୂରତ୍ୱ ରକ୍ଷା ସହିତ ମାସ୍କ ପରିଧାନକୁ ଏଥର ମେଳାରେ ବାଧ୍ୟତାମୂଳକ କରାଯାଇଛି। ମେଳା ପରିଦର୍ଶନର ସମୟ ଦିନ ୧୧ଟରୁ ସନ୍ଧ୍ୟା ୭ଟା ରହିଛି। ତେବେ ଏନେଇ ପରିଦର୍ଶକ ତଥା ଗ୍ରାହକ ଅବଗତ ହୋଇପାରୁନଥିବାରୁ ସନ୍ଧ୍ୟା ପରେ ମେଳା ସମୟରେ ଭିଡ଼ ଜମାଉଛନ୍ତି।