Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ବ୍ୟାପାର: ଯୋଗାଣ ମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ବ୍ୟାପାର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ତୈଳଠାରୁ ଆରମ୍ଭ କରି ପନିପରିବା ଏବଂ ଡାଲି ମହଙ୍ଗା ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଲାଣି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଦରଦାମ ବୃଦ୍ଧି ଏକ ଜାତୀୟ ସମସ୍ୟା କହି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ମନ୍ତ୍ରୀ । କଳାବଜାରୀ ରୋକିବାକୁ ରାଜ୍ୟ ଯୋଗଣ ବିଭାଗ ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଛନ୍ତି ।

ପନିପରିବା ଏବଂ ଡାଲି ମହଙ୍ଗା ହେବା ଫଳରେ ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ୭.୪୧% କୁ ବୃଦ୍ଧି ପାଇଛି ମୁଦ୍ରାସ୍ଫୀତି । ଯାହା ଅଗଷ୍ଟରେ ଥିଲା ୭% । କ୍ରମାଗତ ନବମ ମାସ ପାଇଁ ମୁଦ୍ରାସ୍ଫୀତି ଆରବିଆଇର ଧାର୍ଯ୍ୟ ସୀମା ୬% ଉପରେ ରହିଛି । ୨୦୨୧ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ହାର ଥିଲା ୪.୩୫% । ଚଳିତବର୍ଷ ସେପ୍ଟେମ୍ବରରେ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଡାଲି ଦର ଅଧିକ ବଢ଼ିଛି । ଖାଦ୍ୟ ପାନୀୟ ସାମଗ୍ରୀ କ୍ଷେତ୍ରରେ ଦରବୃଦ୍ଧି ଅଗଷ୍ଟରେ ୭.୬୨% ଥିବାବେଳେ ସେପ୍ଟେମ୍ବରରେ ୮.୬% କୁ ବୃଦ୍ଧି ପାଇଛି । ପରିପରିବା କ୍ଷେତ୍ରରେ ଏହା ୧୮.୦୫% ରେ ପହଞ୍ଚିଯାଇଛି ।

ଯାହାକି ଗତ ଅଗଷ୍ଟରେ ୧୩.୨୩% ଥିଲା । ଇନ୍ଧନ ଏବଂ ବିଦ୍ୟୁତ କ୍ଷେତ୍ରରେ ଦରବୃଦ୍ଧି ୧୧.୪୪% କୁ ବୃଦ୍ଧି ପାଇଛି । ଯାହାକି ଅଗଷ୍ଟରେ ୧୦.୭୮% ଥିଲା । ଡାଲି କ୍ଷେତ୍ରରେ ଦରବୃଦ୍ଧି ୩.୦୫% ରହିଛି । ଏହା ଅଗଷ୍ଟରେ ୨.୫୨% ଥିଲା । ରାଜ୍ୟ ଯୋଗଣ ମନ୍ତ୍ରୀ କହିଛନ୍ତି ଯେ, ଦରଦାମ ବୃଦ୍ଧି ସାଧାରଣ ଜନତାକୁ ବାଧୁଛି । ଦର କେମିତି ନିୟନ୍ତ୍ରଣ କରିବା କେନ୍ଦ୍ରର ବ୍ୟାପାର । ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର ।

ଅତ୍ୟଧିକ ଦରଦାମ ବୃଦ୍ଧି ଅସାଧୁ ବ୍ୟବସାୟୀଙ୍କୁ ସୁହାଉଛି । ସାଧାରଣ ଲୋକଙ୍କୁ ଏମାନେ ହଇରାଣ କରୁଛନ୍ତି । କଳାବଜାରୀ ରୋକିବାକୁ ରାଜ୍ୟ ଯୋଗଣ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି । ଏହା ଉପରେ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି । ଦରଦାମ ନିୟନ୍ତ୍ରଣ ଜାତୀୟ ସମସ୍ୟା । ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି । ଏହାକୁ ରୋକା ଯାଇପାରିବ । କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି ।