ଚାଷୀମାନଙ୍କର ପଞ୍ଜିକରଣ ଶେଷ, ନଭେମ୍ବର ୧ରୁ ଧାନ ସଂଗ୍ରହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚାଷୀମାନଙ୍କର ପଞ୍ଜିକରଣ ମଂଗଳବାର ସୁଦ୍ଧା ଶେଷ ହୋଇଛି । ପଂଜୀକୃତ ହୋଇଥିବା ଚାଷୀ ମାନଙ୍କ ସଂଖ୍ୟା ୧୧ ଲକ୍ଷ ୫୬ ହଜାର ୧୩୦ ରେ ପହଂଚିଛି । ପଂଜୀକୃତ ପାଇଁ ଆହୁରି ରହିଯାଇଥିବା ଆବେଦନକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଉ ୫ ଦିନ ସମୟ ଲାଗିବ । ୧୮ ଜଣ ଅଫିସର ୩୦ଟି ଜିଲ୍ଲାକୁ ଯାଇ ଏହି ଆଧାର ଲିଙ୍କ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଚାଷୀ, ଚାଷୀ ସଂଗଠନ ଏବଂ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଆସନ୍ତା ୨୨ ତାରିଖରୁ ୨୯ ତାରିଖ ପର୍ୟ୍ୟନ୍ତ ହେବ । ନଭେମ୍ବର ୧ ତାରିଖରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହେବ ।

ପିଆଜ ଦର ବୃଦ୍ଧି ସମ୍ପର୍କିତ ପ୍ରଶ୍ନରେ ଉତର ଦେଇ ସେ କହିଥିଲେ ଯେ, ଏଥିପାଇଁ ମହାରାଷ୍ଟ୍ରର ନାସିକରେ ଦେଖାଦେଇଥିବା ବନ୍ୟା ଏଥିପାଇଁ ଦାୟୀ । ତେବେ ପିଆଜ ଦର ବୃଦ୍ଧି ଉପରେ ରାଜ୍ୟ ସରକାରଙ୍କର ନଜର ରହିଛି । ଏ ବୃଦ୍ଧି କେବଳ ସାମୟିକ ସମୟ ପାଇଁ ଦେଖାଦେଇଛି ।