ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ମାମଲା: ୨୪ ଘଣ୍ଟାରେ ୧୭୪୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ପୁଣି ରେକର୍ଡ କରିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୦୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୭୨୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ରେ ପହଞ୍ଚିଛି।

ନୂତନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଜଣ ରହିଛନ୍ତି। ଏଥିସହିତ ଖୋର୍ଦ୍ଦାରୁ ୨୦୪, ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୬, ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୦, କଟକରୁ ୫୮, ପୁରୀରୁ ୫୪, କେନ୍ଦୁଝରରୁ ୫୩, ଷ୍ଟେଟପୁଲରୁ ୪୬, ଅନୁଗୁଳରୁ ୪୩, ଝାରସୁଗୁଡ଼ାରୁ ୪୩, ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ରାୟଗଡ଼ାରୁ ୩୫, ଗଜପତିରୁ ୧୪, ସୋନପୁରରୁ ୧୩, ଭଦ୍ରକରୁ ୧୧, କୋରାପୁଟରୁ ୯, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଦେବଗଡ଼ରୁ ୯, କନ୍ଧମାଳରୁ ୮, ନୟାଗଡ଼ରୁ ୭, ବୌଦ୍ଧରୁ ୫, ମାଲକାନଗିରିରୁ ୩, ଢ଼େଙ୍କାନାଳରୁ ୨ ଓ କେନ୍ଦ୍ରାପଡ଼ାରୁ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ କରୋନାରୁ ୩ ଲକ୍ଷ ୪୦ ହଜାର ୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୫୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।