କ୍ୱାରେଣ୍ଟାଇନ ସେଣ୍ଟର ଅବ୍ୟବସ୍ଥା ନେଇ ଭାଇରାଲ ହେଲା ଭିଡିଓ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ବଡ଼ ମାରିଭଟ୍ଟା କ୍ୱାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ଅନ୍ତେବାସୀ ଭିଡିଓ ଭାଇରାଲ କରିଛନ୍ତି। ବିଶୁଦ୍ଧ ପାନୀୟଜଳ ମିଳୁନଥିବା ବେଳେ ଖାଲି ବେଡ଼ରେ ପ୍ରବାସୀଙ୍କୁ ଶୋଇବାକୁ ଦିଆଯାଉଛି । କ୍ୱାରେଣ୍ଟାଇନ ସେଣ୍ଟରରେ କୁଢ଼କୁଢ଼ ଅଳିଆ ଆବର୍ଜନା ଏଣେ ତେଣେ ପଡ଼ିରହିଛି । ଏହାଛଡ଼ା ପାଇଖାନା ମଧ୍ୟ ଅପରିସ୍କାର ହୋଇ ପଡ଼ିରହିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନ୍ତେବାସୀ। କେବଳ ଏତିକି ନୁହେଁ ଲୋକଙ୍କୁ ବାସୀଖାଦ୍ୟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ସରପଞ୍ଚ କି ବିଡିଓଙ୍କୁ ଅଭିଯୋଗ କଲେ କୌଣସି ପ୍ରତିକାର ହେଉନଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ଏବଂ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।