ଭୁବନେଶ୍ୱରରେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି। ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁବନେଶ୍ୱର ଠାରେ ନବନିର୍ମିତ ସ୍କିଲ ଡେଭେଲପମେଣ୍ଟ କେନ୍ଦ୍ରର ଉଦଘାଟନ କରିବାର କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହାସହ ଆଇସିଟିର ଭୂମି ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ତେଲି। ଓଡିଶାର ବିକାଶ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ତୈଳ ଦର ଵୃଦ୍ଧି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ। ଆନ୍ତର୍ଜାତିକ ବଜାର ସହିତ ତେଲ ଦର ବୃଦ୍ଧିର ସମ୍ପର୍କ ରହିଛି। ତୈଳ ଦର ଅଧିକ ନୁହେଁ ବରଂ ତୈଳ ଦର ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ରାଜ୍ୟ ସରକାରଙ୍କ ଟିକସର ମାତ୍ର ଅଧିକ। ରାଜସ୍ଥାନ, ମହାରାଷ୍ଟ୍ରରେ ତୈଳ ଦର ଅଧିକ ରହିଛି।